ଅର୍ଥନୀତିରେ ସମସ୍ତଙ୍କୁ ପଛରେ ପକାଇଛି ଭାରତ

ଭାରତ ଅର୍ଥନୀତିରେ ସମସ୍ତଙ୍କୁ ପଛରେ ପକାଇ, ୮.୨% ହାରରେ ଦୌଡିଲା ଅର୍ଥନୀତି । ମାନୁଫାକଚରିଂ, ଖଣିର ଚମକôାର ପ୍ରଦର୍ଶନ । ଆମେରିକା, ଜାପାନ ପଛରେ ପଡିଥିବା ବେଳେ ଜର୍ମାନୀର ଅର୍ଥନୀତି ସ୍ଥିର ରହିଛି । ଦେଶର ଅର୍ଥନୀତି ଚକିତ କରିବା ଭଳି ପ୍ରଦର୍ଶନ କରିଛି ।

୨୦୨୩-୨୪ ଆର୍ଥୀକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୮.୨ ପ୍ରତିଶତ ରହିଛି । ୨୦୨୨-୨୩ର ଅଭିବୃଦ୍ଧି ତୁଳନାରେ ଏହା ଢେର ଅଧିକ । ମାନୁଫାକଚରିଂ, ଖଣି, ଖନନ କ୍ଷେତ୍ରର ଚମତ୍କାର ପ୍ରଦର୍ଶନ ଦେଶର ଅର୍ଥନୀତିକୁ ଦୃତ ଗତିରେ ବଢାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସ୍ଥିତ ମୂଲ୍ୟ ଅନୁସାରେ ଦେଶର ଜିଡିପି ପରିମଣ ୧୭୩.୮୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହାରି ଭିତରେ ଏକ ନୈରାଶ୍ୟଜନକ ଖବର ମଧ୍ୟ ସାମ୍ନାକୁ ଆସିଛି । କୃଷି କ୍ଷେତ୍ରରେ ଅଭିବୃଦ୍ଧି କିନ୍ତୁ ତଳକୁ ଖସିଆସିଛି । ୨୦୨୨-୨୩ରେ ଜିଭିଏ ଅଭିବୃଦ୍ଧି ୪.୭ ପ୍ରତିଶତ ଥିଲା କିନ୍ତୁ ୨୦୨୩-୨୪ରେ ଏହା ୧.୪ ପ୍ରତିଶତକୁ ଖସିଆସିଛି ।

ଭାରତୀୟ ଅର୍ଥନୀତି ସବୁଠୁ ଦ୍ରୁତ ଗତିରେ ଦୌଡୁଥିବା ବେଳେ ବିଶ୍ୱର ଦୁଇ ପ୍ରମୁଖ ଦେଶ ଆମେରିକା ଓ ଜାପାନର ଜିଡିପି ଅଭିବୃଦ୍ଧି ହ୍ରାସ ପାଇଛି । ସେପଟେ ଶକ୍ତିଶାଳି ଦେଶ ଜର୍ମାନୀରେ ଅଭିବୃଦ୍ଧି ସ୍ଥିର ରହିଛି । ଏହି ୩ଦେଶ ୨୦୨୪ର ଜାନୁଆରୀରୁ ମାଚ୍ଚ୍ର ପର୍ଯ୍ୟନ୍ତର ଜିଡିର ରିପୋର୍ଟ ଜାରି କରିଛନ୍ତି । ଆମେରିକାର ଅଭିବୃଦ୍ଧି ଏହି ୩ମାସରେ ୩ପ୍ରତିଶତ ରହିଛି । ପୂର୍ବବର୍ଷ ଅପେକ୍ଷା ମଧ୍ୟ ଏହାର ଅଭିବୃଦ୍ଧି କମିଛି । ପୂର୍ବବର୍ଷ ଏହି ସମୟରେ ୩.୧ ପ୍ରତିଶତ ଥିଲା । ସେହିପରି ଜାପାନରେ ଅଭିବୃଦ୍ଧି ହାର ମାଇନସ ୦.୪କୁ ଖସି ଯାଇଛି ।

ବିଶ୍ୱର ଦ୍ୱିତୀୟ ବଡ଼ ମହାଶକ୍ତି ଚୀନର ଅଭିବୃଦ୍ଧି ଏହି ୩ମାସରେ ୫.୩ ପ୍ରତିଶତ ରହିଛି ଯାହା ଭାରତଠାରୁ କମ । ସେହିଭଳି ଜର୍ମାନୀରେ ମାଇନସ ୦.୨%ରେ ସ୍ଥିର ରହିଛି । ୨୦୨୫ରେ ଆମେରିକା ଓ ଚୀନରେ ମାନ୍ଦାବସ୍ଥା ଦେଖାଦେବ ବୋଲି ଅର୍ଥନୈତିକ ସହଯୋଗିତା ଓ ବିକାଶ ସଙ୍ଗଠନ ଆକଳନ କରିଛି।