ଚୀନର ଇ-ଭିସାକୁ ରଦ୍ଦ କଲା ଭାରତ

ଚୀନକୁ ପୁଣି ଝଟକା ଦେଲା ଭାରତ । ଆଇଏଟିଏର ସୂଚନା ଅନୁସାରେ….

ନୂଆଦିଲ୍ଲୀ : ଚୀନକୁ ପୁଣି ଝଟକା ଦେଲା ଭାରତ । ଆଇଏଟିଏର ସୂଚନା ଅନୁସାରେ, ଭାରତ ଚୀନ ନାଗରିକଙ୍କ ପର୍ଯ୍ୟଟନ ଭିସାକୁ ରଦ୍ଦ କରିଛି । ତେବେ ଚୀନର ନାଗରିକଙ୍କୁ ବ୍ୟବସାୟ, ରୋଜଗାର, କୂଟନୈତିଜ୍ଞ ଏବଂ ସରକାରୀ ଭିସା ଜାରି ରହିବ । ସୂଚନାଯୋଗ୍ୟ ଯେ, ୨୦ ହଜାରରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଫେରିବା ପାଇଁ ଚୀନ ଅନୁମତି ଦେଉନାହିଁ । ଜବାବରେ ଚୀନ ନାଗରିକଙ୍କ ପର୍ଯ୍ୟଟକଙ୍କ ଭିସା ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି ଭାରତ ।

ସୂଚନାଯୋଗ୍ୟ ଯେ, କରୋନା ପାଇଁ ଚୀନରୁ ୨୦ ହଜାର ନାଗରିକ ଭାରତ ଫେରି ଆସିଥିଲେ । କିନ୍ତୁ ଏବେ ପଢା ଶେଷ କରିବା ପାଇଁ ଚୀନକୁ ଅନୁମତି ମାଗିଛନ୍ତି । କିନ୍ତୁ ସମସ୍ତ ଛାତ୍ରଛାତ୍ରୀଙ୍କ ଭିସା ୱେଟିଂରେ ରହିଛି । ଅନ୍ୟପଟେ ଥାଇଲ୍ୟାଣ୍ଡ, ପାକିସ୍ତାନ ଏବଂ ଶ୍ରୀଲଙ୍କାର ଛାତ୍ରଙ୍କୁ ଫେରିବା ପାଇଁ ଅନୁମତି ଦେଇ ଭାରତ ଛାତ୍ରଙ୍କୁ ୱେଟିଂ ଲିଷ୍ଟରେ ରଖିଛି । ସେହିପରି ୟୁକେ ଏବଂ କାନାଡାର ନାଗରିକ ମଧ୍ୟ ଇ-ପର୍ଯ୍ୟଟକ ଭିସାରେ ଭାରତ ଆସିପାରିବେ ନାହିଁ । କିନ୍ତୁ ଏହି ଦେଶରେ ଭାରତୀୟ ମିଶନ ଦ୍ୱାରା ଜାରି ନିୟମିତ ପେପର ଭିସାରେ ଏଠାକାର ନାଗରିକକୁ ଭାରତ ଆସିବାକୁ ଅନୁମତି ରହିଛି ।