ନୂଆଦିଲ୍ଲୀ: ଏସିଆର ଶକ୍ତିଶାଳୀ ଅର୍ଥନୀତି ପାଲଟିବ ଭାରତ । ଅର୍ଥନୈତିକ ପଲିସି ସଂସ୍କାର ବଳରେ ଘରୋଇ ଚାହିଦା ବଢ଼ାଇବା ଲାଗି ଏହା ନିଜକୁ ଭଲ ଭାବେ ପ୍ରସ୍ତୁତ କରିଛି ବୋଲି ମୋର୍ଗାନ ଷ୍ଟାନେଲେ ଏହାର ରିପୋର୍ଟରେ ପ୍ରକାଶ କରିଛି । ଯୁବ କାର୍ଯ୍ୟବଳ ଏବଂ ନିବେଶ ଭାରତୀୟ ଅର୍ଥନୀତି ପାଇଁ ବରଦାନ ସାବ୍ୟସ୍ତ ହେବ ବୋଲି ଏହା ପ୍ରକାଶ କରିଛି । ୨୦୨୨-୨୦୨୩ରେ ଭାରତର ହାରାହାରି ଅଭିବୃଦ୍ଧି ୭% ରହିବ । ଏସିଆ ଏବଂ ବିଶ୍ୱ ଅଭିବୃଦ୍ଧିକୁ ଏହା ଯଥାକ୍ରମେ ୨୮% ଏବଂ ୨୨% ଯୋଗଦାନ ଦେବ ବୋଲି ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ୨୦୨୧-୨୨ ଆର୍ଥିକ ବର୍ଷରେ ଏସିଆର ତୃତୀୟ ବୃହତ ଅର୍ଥନୀତି ଭାରତ ୯.୨% ବଢ଼ିଥିଲା । କୋଭିଡ୍ ମହାମାରୀ ପ୍ରଭାବରେ ଭାରତୀୟ ଅର୍ଥବ୍ୟବସ୍ଥା ୬.୬% ସଂକୁଚିତ ହୋଇଥିଲା । ତେବେ ଅର୍ଥନୀତି ଏବେ ଠିକ ଦିଗରେ ରହିଛି । ଦେଶର ନୀତିଗତ ସଂସ୍କାର ପ୍ରଗତିଶୀଳ ଅଛି । ଏଭଳି ସ୍ଥିତିରେ ଭାରତୀୟ ଅର୍ଥନୀତି ଏସିଆର ଶକ୍ତିଶାଳୀ ଅର୍ଥବ୍ୟବସ୍ଥା ହେବ ବୋଲି ପ୍ରକାଶ କରିଛି