‘ଯୋଗ’ ଜରିଆରେ ସାରାବିଶ୍ୱକୁ ଯୋଡ଼ିବ ଭାରତ

ସାରାବିଶ୍ୱକୁ ଗୋଟିଏ ବନ୍ଧନରେ ବାନ୍ଧି ରଖିବା ପାଇଁ ଭାରତ ‘ଯୋଗ’କୁ ଅସ୍ତ୍ର ଭାବେ ବ୍ୟବହାର କରିଛି । ‘ଯୋଗ’ ଯୁଦ୍ଧର ବିଭୀଷିକା ନୁହେଁ ଶାନ୍ତି ଓ ସଦ୍ଭାବନା ପ୍ରତିଷ୍ଠାର ସହଜ ସୂତ୍ର । ଭାରତର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବଛାଯାଇଥିବା ବିଷୟବସ୍ତୁକୁ ସାରା ବିଶ୍ୱ ପାଳନ କରିବାକୁ ଯାଉଛି ।

ଏଠାରେ ଜଣାଇ ଦେଉଛୁ; ୨୦୧୫ ଜୁନ ୨୧ ତାରିଖରେ ପ୍ରଥମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦ୍‌ଘାଟିତ ପ୍ରଥମ ଆନ୍ତର୍ଜାତିକ ଯୋଗ ଦିବସର ବିଷୟବସ୍ତୁ ଥିଲା ‘ଶାନ୍ତି ଓ ଭାତୃତ୍ୱ ପାଇଁ ଯୋଗ’ ।