ପ୍ରିଡେଟର ଡ୍ରୋନ୍ କିଣିବନି ଭାରତ

ନୂଆଦିଲ୍ଲୀ : ଆମେରିକାରୁ ୩୦ଟି ପ୍ରିଡେଟର ଡ୍ରୋନ୍ କିଣିବାକୁ ଭାରତ ସରକାର ଯେଉଁ ଯୋଜନା କରିଥିଲେ, ତାହାକୁ ଆପାତତଃ ସ୍ଥଗିତ ରଖାଯାଇଛି । ମୋଦୀ ସରକାର ବର୍ତ୍ତମାନ ‘ଆତ୍ମନିର୍ଭର ଭାରତ’ ଯୋଜନାକୁ ଅଗ୍ରାଧିକାର ଦେଉଥିବାରୁ ସ୍ୱଦେଶୀ କମ୍ପାନୀରେ ଏଭଳି ଡ୍ରୋନ୍ ନିର୍ମାଣ କରାଯିବ ବୋଲି ଆଶା କରାଯାଉଛି ।

ପ୍ରତିରକ୍ଷା ବାହିନୀର ତିନି ବିଭାଗ ଯଥା ସ୍ଥଳସେନା, ନୌସେନା ଓ ବାୟୁସେନାକୁ ୧୦ଟି ଲେଖାଏଁ ପ୍ରିଡେଟର ଡ୍ରୋନ୍ ବଣ୍ଟନ କରାଯିବ ବୋଲି ଯୋଜନା କରାଯାଇଥିଲା ।