ଶ୍ରୀନଗର: ଜମ୍ମୁ-କଶ୍ମୀର କାଠୁଆରେ ଥିବା ରଞ୍ଜିତ ସାଗର ଡ୍ୟାମ ନିକଟରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କେତେଜଣଙ୍କର ମୃତ୍ୟୁ ହୋଇଛି ଏନେଇ କିଛି ବିଶେଷ ସୂଚନା ମିଳିପାରି ନଥିବା ବେଳେ ଏନଡିଆରଏଫ୍ ଟିମ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ମୁତାବକ, ଆଜି ସକାଳ ୧୦.୨୦ ମିନିଟ ସମୟରେ ଭାରତୀୟ ସେନାର ହେଲିକପ୍ଟର ୨୫୪ ଆର୍ମି ଏଭିଏନ ସ୍କ୍ୱାର୍ଡନ ମାମୁନ କ୍ୟଣ୍ଟନମେଣ୍ଟଠାରୁ ଉଡ଼ାଣ ଆରମ୍ଭ କରିଥିଲା । ଡ୍ୟାମ ନିକଟରେ ହେଲିକପ୍ଟରଟି କମ ଉଚ୍ଚତାରେ ଉଡୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା ।
ଏହି ଦୁର୍ଘଟଣାର ସୂଚନା ପାଇବା ପରେ ଏନଡିଆରଏଫ୍ ଟିମ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । କାଠୁଆ ଜିଲ୍ଲା ଏଏସପି ଆରସି କୋତୱାଲଙ୍କ ମୁତାବକ ଏବେ ହ୍ରଦ ଓ ପାହାଡ଼ ନିକଟରେ ସର୍ଚ୍ଚ ଅପରେସନ ଜାରି ରହିଛି । ହେଲେ କ୍ଷତି ବାବଦରେ ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ ।