ଭାରତୀୟ ଆମ୍ବକୁ ଆମେରିକାର ଗ୍ରୀନ୍‌ ସିଗନାଲ

ୱାଶିଂଟନ : ଭାରତୀୟ ଆମ୍ବ ଓ ଡାଳିମ୍ବକୁ ଆମେରିକା ଗ୍ରୀନ୍‌ ସିଗନାଲ୍‌ ଦେଇଛି । ଭାରତରୁ ଆମଦାନୀକୁ ସୁଗମ କରିବା ପାଇଁ ଆମେରିକା ଏକ ନିୟମ ବାହାର କରିଛି । ଗତ ଦୁଇ ବର୍ଷ ଧରି ଆମେରିକାରେ ଭାରତୀୟ ଆମ୍ବ ରପ୍ତାନି ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲା । ତେବେ ଏବେ ଏସବୁକୁ ହଟାଇ ଦିଆଯାଇଛି । ଏବେ ଆମେରିକା ବଜା ଚେରି ଓ ଗୋ ଖାଦ୍ୟ ପ୍ରବେଶକୁ ଅନୁମତି ଦେବାକୁ ଭାରତ ରାଜି ହୋଇଛି ।

ଏହା ମଧ୍ୟରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଏବଂ ଆମେରିକାର ବାଣିଜ୍ୟ ପ୍ରତିନିଧୀଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ଏହି ବୈଠକରେ ଥିବା ବାଣିଜ୍ୟକ ପ୍ରତିବନ୍ଧକ ହଟାଇ ଦିଆଯାଇଛି । ସେହିପରି ଭାରତୀୟ ଆମ୍ବ ଏବଂ ଡାଳିମ୍ବ ରପ୍ତାନି ଆସନ୍ତା ମାସରୁ ଆରମ୍ଭ ହେବ । ସେହିପରି ଏହି ବୈଠକରେ ପଶୁପାଳନ ଏବଂ ଦୁଗ୍ଧ ବିଭାଗ ଆମେରିକାର ଘୁଷୁରି ମାଂସକୁ ବଜାରରେ ପ୍ରବେଶ ପାଇଁ ରାଜି ହୋଇଛି ।