ୟେମେନ୍ ଜେଲରୁ ମୁକୁଳିବେ ଭାରତୀୟ ନର୍ସ ନିମିଷା ପ୍ରିୟା

ୟେମେନ ଜେଲରୁ ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ମୁକ୍ତି ବାଟ ପରିଷ୍କାର ହେଉଛି । ୟେମେନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀଦଣ୍ଡକୁ ଅପେକ୍ଷା କରିଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ମୁକ୍ତିପଥ କ୍ରମେ ପରିଷ୍କାର ହେବାକୁ ଲାଗିଛି । ଭାରତ ଓ ୟେମେନ ସରକାରଙ୍କ ମିଳିତ ପ୍ରୟାସ ନିମିଷାଙ୍କୁ ନୂଆ ଜୀବନ ଦେବ ବୋଲି ବିଶ୍ୱ ଶାନ୍ତିକାମୀ ଡକ୍ଟର କେ ଏ ପଲ ଏକ ଭିଡିଓ ବାର୍ତା ଜାରି କରିଛନ୍ତି ।

ଡକ୍ଟର ପଲ ୟେମେନୀ ନେତାମାନଙ୍କ ଉଦାର ମନୋଭାବକୁ ସାଧୁବାଦ ଜଣାଇଛନ୍ତି । ଗତ ୧୦ ଦିନ ଧରି ୟେମେନୀ ନେତାମାନେ ନିମିଷାଙ୍କ ପାଇଁ ଘଡ଼ିଏ ବିଶ୍ରାମ କରି ପାରିନାହାନ୍ତି । ଭାରତ ସରକାରଙ୍କ ଅନୁରୋଧକୁ ରକ୍ଷା କରି ୟେମେନ ସରକାର ଫାଶୀଦଣ୍ଡରୁ କୋଉ ବାଟ ଦେଇ ନିମିଷାଙ୍କୁ ଖଲାସ କରିହେବ, ସେହି ଉପାୟ ବାହାର କରୁଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପ୍ରାଣ ଉଦ୍ୟମକୁ ମଧ୍ୟ ତାରିଫ କରିଛନ୍ତି ଡକ୍ଟର ପଲ । ସୂଚନା ଅନୁସାରେ ନିମିଷାଙ୍କୁ ସାନ୍ନା ଜେଲରୁ ମୁକ୍ତ କରାଯିବା ପରେ ଓମାନ, ଜେଦାହ, ଇଜିପ୍ଟ, ଇରାନ ଅବା ତୁର୍କୀ ବାଟ ଦେଇ ଭାରତକୁ ଆଣିବାର କ୍ଷେତ୍ର ପ୍ରସ୍ତୁତ କରାଯାଇଛି ।