କୁମ୍ଭ ମେଳା ସମୟରେ ଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ପରି ପରିସ୍ଥିତି ଦେଖିବାକୁ ମିଳିଥିଲା । ପାର୍ବଣ ଋତୁ ଏବଂ ମହାକୁମ୍ଭ ଭଳି କାର୍ଯ୍ୟକ୍ରମର ପୂର୍ବ ଅଭିଜ୍ଞତାକୁ ଆଧାର କରି ରେଳ ମନ୍ତ୍ରଣାଳୟ ଦେଶର ୬୦ଟି ଷ୍ଟେସନରେ ନୂତନ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି ।
ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜାତୀୟ ଗଣ ମାଧ୍ୟମରେ ପ୍ରକାଶିତ ହୋଇଛି । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ରେଳ ଷ୍ଟେସନ ବାହାରେ ସ୍ଥାୟୀ ଅପେକ୍ଷା କ୍ଷେତ୍ର ସୃଷ୍ଟି କରାଯିବ। ଯାହା ଦ୍ୱାରା ଯାତ୍ରୀମାନେ କେବଳ ସେମାନଙ୍କ ଟ୍ରେନ୍ ଆସିବା ପରେ ପ୍ଲାଟଫର୍ମକୁ ଯାଇପାରିବେ ।
ଭିଡ଼ ନିୟନ୍ତ୍ରଣ ପାଇଁ ନୂଆଦିଲ୍ଲୀ, ଆନନ୍ଦ ବିହାର, ବାରାଣସୀ, ଅଯୋଧ୍ୟା ଏବଂ ପାଟନା ଷ୍ଟେସନରେ ପାଇଲଟ୍ ପ୍ରକଳ୍ପଗୁଡ଼ିକ ପୂର୍ବରୁ କାମ ଆରମ୍ଭ ହୋଇସାରିଛି । ଭାରତୀୟ ରେଳବାଇ ଏହି ଷ୍ଟେସନଗୁଡ଼ିକରେ ଆସୁଥିବା ଯାତ୍ରୀମାନଙ୍କର ପ୍ରବେଶକୁ ନିୟନ୍ତ୍ରଣ କରିବ, କେବଳ ନିଶ୍ଚିତ ସଂରକ୍ଷିତ ଟିକେଟ୍ ଥିବା ଯାତ୍ରୀମାନଙ୍କୁ ପ୍ଲାଟଫର୍ମକୁ ଯିବାକୁ ଅନୁମତି ମିଳିବ ଏବଂ ସମସ୍ତ ଅନଧିକୃତ ପ୍ରବେଶ ପଏଣ୍ଟଗୁଡ଼ିକୁ ସିଲ୍ କରାଯିବ ।ଏହା ବ୍ୟତୀତ ସମସ୍ତ ଷ୍ଟେସନରେ୧୨ ମିଟର (୪୦ ଫୁଟ) ଏବଂ ୬ ମିଟର (୨୦ ଫୁଟ) ପ୍ରସ୍ଥ ସହିତ ନୂତନ ଫୁଟ୍ ଓଭରବ୍ରିଜ୍ ସ୍ଥାପନ କରାଯିବ ।