କାନାଡାରେ ଟ୍ରକ ଦୁର୍ଘଟଣା ଭାରତୀୟ ଛାତ୍ର ମୃତ

ନୂଆଦିଲ୍ଲୀ : କାନାଡାରେ ଜଣେ ଭାରତୀୟ ଛାତ୍ରଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ସୋମବାର ଖବର ମିଳିଛି । ମିଳିଥିବା ସୂଚନାନୁଯାୟୀ, ଜଣେ ଛାତ୍ର (୨୦ ବର୍ଷ) ଏକ ସାଇକେଲ ଯୋଗେ ରାସ୍ତା ପାର୍‍ ହେଉଥିବା ସମୟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ଟ୍ରକ ସହ ଧକ୍କା ପରେ ଛାତ୍ର ଜଣଙ୍କ ଅନେକ ଦୂର ଯାଏଁ ଘୋଷାଡି ହୋଇ ଯାଇଥିଲେ ।

ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏଯାଏଁ ମୃତକଙ୍କ ପରିଚୟ ସଠିକ ଭାବେ ମିଳିନଥିବା ବେଳେ ସେ ଅଗଷ୍ଟ ମାସ ୨୦୨୧ରେ ଭାରତରୁ କାନାଡା ଆସିଥିଲେ । ସେ ହରିୟାଣାର କରନାଲର ବାସିନ୍ଦା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସଠିକ ତଦନ୍ତ ପରେ ମୃତଦେହକୁ ତାଙ୍କ ପରିଜନଙ୍କୁ ହସ୍ତାନ୍ତର କରାଯିବା ନେଇ ସୂଚନା ମିଳିଛି ।