ନୂଆଦିଲ୍ଲୀ : ଭାରତରୁ ଆଫଗାନିସ୍ଥାନକୁ ମାନବିକ ସହାୟତା ପ୍ରଦାନର ତଦାରଖ କରିବା ପାଇଁ ବୈଦେଶିକ ବ୍ୟପାର ମନ୍ତଣାଳ୍ରର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏକ ଟିମ କାବୁଲ ଗସ୍ତରେ ଯାଇଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ଗସ୍ତରେ ଦଳ ମାନବିକ ସହାୟତା ବଣ୍ଟନରେ ଜଡ଼ିତ ଆନ୍ତର୍ଜାତୀୟ ସଂଗଠନର ପ୍ରତିନିଧିଙ୍କୁ ଭେଟିବ । ଏଥିସହ ଏହି ଟିମ ବିଭିନ୍ନ ସ୍ଥାନ ପରିଦର୍ଶନ କରିବ ଯେଉଁଠାରେ ଭାରତୀୟ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।