ୱାଶିଂଟନ:ବିଶ୍ୱର ସର୍ବଶ୍ରେଷ୍ଠ ବିକାଶଶୀଳ ରାଷ୍ଟ୍ର ଆମେରିକାରେ ବହୁ ବଡ ବଡ ପଦ ପଦବୀରେ ଭାରତୀୟ ମାନେ ନିଜର ଦକ୍ଷତା ଦେଖାଇଛନ୍ତି । ହେଲେ ଏବେ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଡେମୋକ୍ରାଟିକ୍ ପାର୍ଟିର ଜୋ ବାଇଡେନ୍ ଙ୍କ ଟିମ୍ ରେ ଜଣେ ଭାରତୀୟ ମହିଳାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଛି । ଜିଲ ବିଡେନଙ୍କ ନୀତି ନିର୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି ମାଲା ଆଡିଗା । ଏହା ଭାରତୀୟ ମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି ।ପୂର୍ବରୁ ଆଡିଗା ବିଡେନ ଫାଉଣ୍ଡେସନର ଉଚ୍ଚଶିକ୍ଷା ଏବଂ ପ୍ରତିରକ୍ଷା ବିଭାଗର ନିର୍ଦେଶକ ଥିଲେ ।
୨୦୦୮ ମସିହାରେ ଆମେରିକାର ରାଷ୍ଟପତି ଥିବା ବାରାକ୍ ଓବାମାଙ୍କ ପାଇଁ ବି ଅଡିଗା କାମ କରିସାରିଛନ୍ତି । ଅଡିଗା ଜିଲ ବାଇଡେନଙ୍କ ଏକ ବରିଷ୍ଠ ପରାମର୍ଶଦାତା । ଏହା ସହ ସେ ଜୋ ବାଇଡେନ ଓ କମଲା ହାରିସ୍ ଙ୍କର ବରିଷ୍ଠ ନୀତି ପରାମର୍ଶଦାତା ଭାବ କାମ କରିଛନ୍ତି ।
ଏଠାରେ ଉଲ୍ଲେଖ ଥାଉକି,ବହୁ ବାଦ ବିବାଦ ଭିତରେ ଚାଲିଛି ଆମେରିକା ରାଷ୍ଟପତି ନିର୍ବାଚନ ଫଳା ଫଳ । ଏପର୍ଯ୍ୟନ୍ତ ହାର ମାନିବାକୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରସ୍ତୁତ ନଥିବା ବେଳେ ଏପଟେ ଜୋ ବାଇଡେନଙ୍କ ବିଜୟ ପ୍ରାୟ ସ୍ଥିର ହୋଇସାରିଛି । ବାଇଡେନ୍ ତାଙ୍କ ସମ୍ପୁର୍ଣ୍ଣ ଟିମ୍ ଏପର୍ଯ୍ୟନ୍ତ ଘୋଷଣା କରିସାରିନଥିବା ବେଳେ ସମ୍ପୁର୍ଣ୍ଣ ଟିମ୍ ଘୋଷଣା ହେଲେ ଆହୁରି କେତେଜଣ ଭାରତୀୟ ତାଙ୍କ ଟିମ୍ ରେ ସାମିଲ ହୋଇପାରନ୍ତି ବୋଲି ଆଶା କରାଯାଉଛି ।