ୟୁକ୍ରେନ୍ ରୁ ଭାରତୀୟ ଫେରିଆସିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏବେ ଋଷ ଆଉ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସ୍ଥିତି ଘନେଇବାରେ ଲାଗିଛି । ଏବେ ଏବେ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଏହା ମଧ୍ୟ ପ୍ରକାଶ ପାଉଛି ଯେ ହୁଏତ ଆସନ୍ତାକାଲି ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ । ଏଭଳି ସ୍ଥିତିରେ ୟୁକ୍ରେନ୍‌ରେ ରହୁଥିବା ଭାରତୀୟଙ୍କୁ ଯଥାଶୀଘ୍ର ଭାରତ ଫେରିଆସିବାକୁ ନିର୍ଦ୍ଦେଶ ଦେଇକ୍ତି ଭାରତୀୟ ଦୂତାବାସ । ଯେଉଁ ଭାରତୀୟମାନେ ବର୍ତ୍ତମାନ ୟୁକ୍ରେନ୍‌ରେ ରହିଛନ୍ତି ସେମାନେ ଦୂତାବାସ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି ।

ଏହା ସହିତ ବର୍ତ୍ତମାନ ୟୁକ୍ରେନ୍ ଯିବାକୁ ଭାରତୀୟଙ୍କୁ ମଧ୍ୟ ବାରଣ କରାଯାଇଛି । ବର୍ତ୍ତମାନ ଋଷ ୟୁକ୍ରେନ୍ କୁ ୩ ପାଶ୍ୱର୍ରୁ ଘେରି ରହିଛି । ଯାହାକୁ ନେଇ ଖୁବ୍‌ଶୀଘ୍ର ଋଷ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି । ଯାହାକୁ ନେଇ ୟୁକ୍ରେନ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ୟୁକ୍ରେନ୍‌ରେ ରହୁଥିବା ଭାରତୀୟ ମାନଙ୍କୁ ସତର୍କ କରାଯାଇଛି ।