ପଶୁମାନଙ୍କଠାରେ ବ୍ୟାପୁଛି ସଂକ୍ରାମକ ରୋଗ ଲମ୍ପି!

ଦେଶରେ ଗୃହପାଳିତ ପଶୁମାନଙ୍କୁ ବ୍ୟାପୁଛି ସଂକ୍ରାମକ ….

ଜୟପୁର: ଦେଶରେ ଗୃହପାଳିତ ପଶୁମାନଙ୍କୁ ବ୍ୟାପୁଛି ସଂକ୍ରାମକ ରୋଗ ଲମ୍ପି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା । ଲମ୍ପି ରୋଗରେ ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ରାଜସ୍ଥାନ । ରାଜ୍ୟରେ ୧୧ଟି ଜିଲ୍ଲାରେ ଏହି ରୋଗର ସ୍ଥିତି ଗମ୍ଭୀର ରହିଛି । ଯେଉଁ ଗାଈକୁ ଲମ୍ପି ରୋଗ ହୋଇଛି ସେହି ଗାଈର କ୍ଷୀନ ନ ପିଇବା ସହ ତାକୁ ଅନ୍ୟ ଗୋରୁଠାରୁ ଅଲଗା ରଖିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଦେଶରେ ଲମ୍ପି ଭଳି ଚର୍ମ ରୋଗରେ ଶିକାର ହୋଇଥିବା ୫ ରାଜ୍ୟଗୁଡ଼ିକ ମଧ୍ୟରୁ ରାଜସ୍ଥାନ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଗୋରୁମାନଙ୍କ ଠାରେ ସଂକ୍ରମଣକୁ ରୋକିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୟାଶ ଜାରି ରଖିଛନ୍ତି । ଖୁବଶୀଘ୍ର ଏହାକୁ ରୋକାଯିବ ବୋଲି ମନ୍ତ୍ରୀ କହିଛନ୍ତି । ତା ସହ ସଂକ୍ରମିତ ରୋକିବାକୁ ଟିକାକରଣ ଓ କ୍ୱାରେଣ୍ଟିନ ବ୍ୟବବସ୍ଥା କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତ । ତେବେ ଏହି ରୋଗରୁ ରକ୍ଷା ପାଇବାକୁ ହେଲେ ‘ଗୋଟ ପକ୍ସ ଟିକା’ ଲଗାଇବା ଦରକାର