କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ସୂଚନା : ରବି କ୍ଷେତ୍ରରେ ବିଗତ ବର୍ଷ ତୁଳନାରେ ୨୪.୧୩ ଲକ୍ଷ ହେକ୍ଟର ଚାଷ ବୃଦ୍ଧି ହୋଇଛି
କେନ୍ଦ୍ରୀୟ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଆଜି ଏହି ସୂଚନା ଦେଇ କହିଛନ୍ତି ଯେ ବିଗତ ବର୍ଷ ତୁଳନାରେ ଚଳିତ ରବି ଋତୁରେ ରବି
ଶ୍ରୀ ତୋମର ଆଶା ବ୍ୟକ୍ତ କରି କହିଛନ୍ତି ଯେ ମୃତ୍ତିକାର ନମନୀୟତାର ଅନୁକୂଳ ସ୍ଥିତି, ଉତ୍ତମ ଜଳ ଭଣ୍ଡାରଣ ଏବଂ ଦେଶବ୍ୟାପୀ ସାରର ସହଜ ଉପଲବ୍ଧତା ସହିତ ଆଗାମୀ ଦିନରେ ରବି ଫସଲର କ୍ଷେତ୍ରୀୟ କଭରେଜ୍ରେ ଆହୁରି ଦ୍ରୁତ ଚାଷ ପରିଲକ୍ଷିତ ହେବ ଏବଂ ଏହା ଫଳରେ ଉତ୍ତମ ରବି ଫସଲ ହେବାର ଆଶା କରାଯାଉଛି ।
ସାରା ଦେଶରେ ୧୪୩ ଗୋଟି ମହତ୍ତ୍ୱପୂର୍ଣ୍ଣ ଜଳଭଣ୍ଡାରରେ ବର୍ତ୍ତମାନ ଜଳ ସଂଗ୍ରହଣ ୧୪୯.୪୯ ବିଲିୟନ୍ କ୍ୟୁବିକ୍ ମିଟର ( ନଭେମ୍ବର ୨୪, ୨୦୨୨କୁ ଶେଷ ହୋଇଥିବା ସପ୍ତାହ) ରହିଛି, ଯାହା ବିଗତ ବର୍ଷ ଏହି ସମୟ ତୁଳନାରେ ୧୦୬ ପ୍ରତିଶତ ଅଟେ ଏବଂ ବିଗତ ୧୦ ବର୍ଷର ଏହି ଅବଧିର ଅନୁପାତ ସଂଗ୍ରହଣର ୧୧୯ ପ୍ରତିଶତ । ଅଧିକାଂଶ ଜିଲ୍ଲାରେ ୧୫- ୨୧ ନଭେମ୍ବର, ୨୦୨୨ ପର୍ଯ୍ୟନ୍ତ ମୃତ୍ତିକାର ନମନୀୟତାର ସ୍ଥିତି ଏହି ଅବଧିରେ ବିଗତ ୭ ବର୍ଷର ପ୍ରତିଶତ ଅନୁସାରେ ଅଧିକ ଅଟେ । ରବି ଋତୁ ନିମନ୍ତେ ଅବଶ୍ୟକତା ଅନୁରୂପ ସମଗ୍ର ଦେଶରେ ସାର ମଧ୍ୟ ସହଜରେ ଉପଲବ୍ଧ କରାଯାଇଛି ।

*****