ଆଇଏନଏସ ନୌସେନାରୁ ଅବସର ନେଲା

ବିଶାଖାପାଟଣା : ଭାରତୀୟ ନୌସେନାରେ ଦୀର୍ଘ ୩୨ ବର୍ଷ ସେବା ଯୋଗାଇ ଆସୁଥିବା ଆଇଏନଏସ ଅବସର ନେଇଛି । ଏହା ଭାରତର ପ୍ରଥମ ସ୍ୱଦେଶୀ ମିଜାଇଲ କାର୍ବଟ୍‌ ଜାହାଜ ଥିଲା । ଏହାର ଅବସର ଉତ୍ସବ ବିଶାଖାପାଟଣାରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଜାହାଜରୁ ଜାତୀୟ ପତାକା ଓ ଡିକମିଶନିଂ ପେନେଣ୍ଟ କୋଷ ସୂର୍ଯ୍ୟାସ୍ତରେ ଓହ୍ଲାଇ ଦିଆଯାଇଥିଲା ।

ନୌସେନାରୁ ଆଇଏନଏସର ବିଦାୟୀ କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ କମାଣ୍ଡ ଭାଇସଆଡମିରାଲ ବିଶ୍ୱଜିତ ଦାଶଗୁପ୍ତା ଯୋଗ ଦେଇଥିଲେ । ସେବାକାଳରେ ଜାହାଜକୁ ୨୮ ଜଣ କମାଣ୍ଡିଂ ଅଫିସର କମାଣ୍ଡ କରିଥିବା ବେଳେ ମୋଟ ୬,୪୪୮୯୭ ସମୁଦ୍ର ନଟିକାଲ ମାଇଲ ଯାତ୍ରା କରିଛି । ଯାହା ବିଶ୍ୱକୁ ୩୦ଥର ପରିକ୍ରମା କରିବା ସହ ସମାନ ।