ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଇଣ୍ଟରପୋଲର ଜେନେରାଲ ଆସେମ୍ବ୍ଲି (ଜିଏ) ସ୍ଥଗିତ ରଖାଯାଇଛି। ୟୁଏଇରେ ଆୟୋଜିତ ହେବାକୁ ଥିବା ଇଣ୍ଟରପୋଲ୍ର ୮୯ ତମ ସାଧାରଣ ସଭା ସ୍ଥଗିତ ରଖାଯାଇଛି। ଏହି ସାଧାରଣ ସଭା ପ୍ରଥମ ଥର ପାଇଁ ସ୍ଥଗିତ ହୋଇଛି।
ଏହି ବାର୍ଷିକ ସଭାରେ ୧୯୨ ସଦସ୍ୟତା ଦେଶ ପୋଲିସିଂ ର ବିଭିନ୍ନ ଦିଗ ମଧ୍ୟରୁ ଆତଙ୍କବାଦ, ସଂଗଠିତ ଅପରାଧ ଓ ଅପରାଧିକ ନେଟଓ୍ବାର୍କ ପ୍ରତିହତ କ୍ଷେତ୍ରରେ କିଭଳି ସହଯୋଗ ରହିପାରିବ ସେନେଇ ଆଲୋଚନା ହେବାର ଥିଲା। ଏହି ସଭାକୁ ଭର୍ଚୁଆଲ ମାଧ୍ୟମରେ କରିବା ଆଇନଗତ ଠିକ୍ ହେବ ନାହିଁ ବୋଲି ଇଣ୍ଟରପୋଲ୍ କାର୍ଯ୍ୟକାରୀ ସମିତି ପକ୍ଷରୁ ସୂଚନା ମିଳିଛି।
ଚଳିତବର୍ଷ ବାର୍ଷିକ ସଭା ହୋଇପାରିବ ନାହିଁ ବୋଲି କହିଛନ୍ତି ଇଣ୍ଟରପୋଲ୍ର ସାଧାରଣ ସମ୍ପାଦକ ଜର୍ଜେନ୍ ଷ୍ଟକ୍। ଏହାସହ ଆଗାମୀ ସେସନ୍ କେବେ ହେବ ସେନେଇ କିଛି ନଷ୍କର୍ଶ ବାହାରିପାରି ନଥିବା ଜଣାପଡ଼ିଛି । ୮୯ ତମ ଇଣ୍ଟରପୋଲ୍ର ବାର୍ଷିକ ସଭା ୟୁଏଇରେ ହେବାକୁ ଥିବା ବେଳେ କରୋନା ପାଇଁ ସ୍ଥଗିତ ହୋଇଛି।