ଆଜିଠୁ ଆରମ୍ଭ ଆଇପିଏଲ୍‌-୨୦୨୩

ପ୍ରଥମ ୪ଟି ସ୍ଥାନରେ ଥିବା ଦଳ ପ୍ଲେଅଫ୍‌…

ଅହମ୍ମଦାବାଦ : ବିଶ୍ବର ସବୁଠାରୁ ଧନଶାଳୀ ଓ ଲୋକପ୍ରିୟ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‌ର ବିଗୁଲ୍ ବାଜିଛି। କ୍ରିକେଟ୍‌ର ଏହି ମହାମେଳାର ୧୬ଶ ସଂସ୍କରଣରେ ଆସନ୍ତା ୫୯ ଦିନରେ ମୋଟ ୭୪ଟି ମ୍ୟାଚ୍‌ ଖେଳାଯିବ। ୧୦ଟି ଦଳ ମୋଟ ୧୨ଟି ସହରରେ ମ୍ୟାଚ୍‌ ଖେଳିବେ।

ରାଜସ୍ଥାନ ରୟାଲ୍‌ସ ଘରୋଇ ସହର ଜୟପୁର ସହ ଗୁଆହାଟୀରେ ୨ଟି ଏବଂ ପଞ୍ଜାବ କିଙ୍ଗ୍‌ସ ଘରୋଇ ସହର ମୋହାଲି ସହ ଧର୍ମଶାଳାରେ ମ୍ୟାଚ୍‌ ଖେଳିବେ। ମେ’ ୨୧ରେ ଲିଗ୍‌ ପର୍ଯ୍ୟାୟ ଶେଷହେବ। ପ୍ରତି ଦଳ ୧୪ଟି ଲେଖାଏଁ ଲିଗ୍‌ ମ୍ୟାଚ୍‌ ଖେଳିବେ। ପ୍ରଥମ ୪ଟି ସ୍ଥାନରେ ଥିବା ଦଳ ପ୍ଲେଅଫ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ ଏବଂ ବାକି ୪ଟି ଦଳ ବିଦାୟ ନେବେ। ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଓ ଫାଇନାଲ ମ୍ୟାଚ୍‌ ଅହମ୍ମଦାବାଦରେ ଖେଳାଯିବ।