ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷ ଭାରତ ଦୁଇଟି ଟି-୨୦ ମ୍ୟାଚ ଜିତି ସିରିଜ କବଜା କରିନେଇଛି । ଏହାରି ମଧ୍ୟରେ ଓପ୍ନର ବାଟ୍ସମ୍ୟାନ ଇଶାନ କିଶାନ ଶେଷ ଟି-୨୦ ଖେଳିବେନି ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ଚାଲିଥିବାବେଳେ ଲାହିରୁ କୁମାରାଙ୍କ ବାଉନସର ବଲରେ ଇଶାନଙ୍କ ମୁଣ୍ଡରେ ବାଜିଥିଲା । ଯାହା ଇଶାନ ସାମାନ୍ୟ ଆହତ ଅନୁଭବ କରିବା ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସିଟି ସ୍କାନ କରାଯାଇଥିବା ସୂଚନା ମିଳିଛି । ଡାକ୍ତରଙ୍କ ଅନୁଯାୟୀ ସେ ଏବେ ଭଲ ଥିବା କହିଛନ୍ତି ।