ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଲଢେଇ ପଞ୍ଚମ ଦିନରେ ପହଞ୍ôଚଛି । ସେହିପରି ରୁଷ ଆକ୍ରମଣରେ ଧ୍ୱଂସ ପାଇଲା ବିଶ୍ୱର ସବୁଠୁ ବଡ ବିମାନ । ଏହି ବୃହତ୍ତକାୟ ବିମାନକୁ ୟୁକ୍ରେନର ବିମାନ ନିର୍ମାଣକାରୀ କମ୍ପାନୀ ଆଣ୍ଟୋନୋଭ ନିର୍ମାଣ କରିଥିଲା । ରୁଷ ସେନାଙ୍କ ଆକ୍ରମଣ ଯୋଗୁଁ କିଭ ବାହାରେ ଥିବା ହୋସ୍ତୋମେଲ ବିମାନ ବନ୍ଦରରେ ବିଶ୍ୱର ସର୍ବବୃହତ୍ତ କାର୍ଗୋ ବିମାନ ନଷ୍ଟ ହୋଇଯାଇଥିବା ୟୁକ୍ରେନର ଏକ ସରକାରୀ ଟ୍ୱିଟରରେ ପ୍ରକାଶ ପାଇଛି । ସେଥିରେ କୁହାଯାଇଛି ଯେ, ବିଶ୍ୱର ବୃହତ୍ତମ ବିମାନ ‘ମ୍ରିୟା’କୁ କିଭ ନିକଟବର୍ତ୍ତୀ ବିମାନ ବନ୍ଦରରେ ରୁଷ ସେନା ଆକ୍ରମଣ କରି ନଷ୍ଟ କରିଦେଇଛି । ଆମେ ସେହି ବିମାନକୁ ପୁଣି ଥରେ ନିର୍ମାଣ କରିବୁ ।
ସେହିପରି ବିମାନ ନିର୍ମାଣକାରୀ କମ୍ପାନୀ ଟ୍ୱିଟ୍ କରି ପ୍ରକାଶ କରିଛି ଯେ, ଏହି ବୃହତ୍ତମ କାର୍ଗୋ ବିମାନକୁ ବିଶେଷଜ୍ଞମାନେ ଯାଞ୍ଚ ନ କରିବା ପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ ଆମେ କୌଣସି ରିପୋର୍ଟ ଦେଇପାରିବୁ ନାହିଁ ।