ଘାଟିରେ ଖସିଲା ଆଇଟିବିିପି ବସ୍‍: ୪ ଯବାନ ଶହୀଦ୍‍

ଜମ୍ମୁ-କାଶ୍ମୀରର ପହଲଗାମରେ ଏକ ବଡ ଅଘଟଣ ….

ଜମ୍ମୁ : ଜମ୍ମୁ-କାଶ୍ମୀରର ପହଲଗାମରେ ଏକ ବଡ ଅଘଟଣ ଘଟିଛି। ଘାଟିରେ ଖସି ପଡିଛି ଆଇଟିବିିପି ଯବାନଙ୍କ ବସ୍‍। ପହଲଗାମର ଚନ୍ଦନବାଡିରେ ଆଇଟିବିିପି ଯବାନଙ୍କ ବସ ଖସି ଯାଇ ଏଯାଏଁ ୪ ଜଣ ଯବାନ ଶହୀଦ ହୋଇଥିବା ନେଇ ସୂଚନା ମିଳିଛି। ଆହୁରି ଯବାନଙ୍କ ଜୀବନ ଚାଲି ଯାଇଥିବା ନେଇ ସନ୍ଦେହ କରାଯାଉଛି। ଏହାସହ ଅନେକ ଆହତ ହୋଇଛନ୍ତି।

ସୂଚନା ପ୍ରକାରେ ବ୍ରେକ୍‍ ଫେଲ୍‍ ହେବାରୁ ପହଲଗାମରେ ଘାଟିକୁ ବସ ଖସି ପଡିଥିବା କୁହାଯାଉଛି। ୩୭ ଆଇଟିବିିପି ଯବାନ ଓ ୨ ପୁଲିସକୁ ନେଇ ଯାଉଥିବା ଏହି ବସ୍‍ ଅମରନାଥ ଯାତ୍ରା ପାଇଁ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ। ବସରେ ପ୍ରାୟ ୩୦ ରୁ ଅଧିକ ଯବାନ ଥିଲେ ବୋଲି ସୂଚନା ମିଳିଛି।