ଲକ୍ଷେ୍ନø: ହୋଟେଲରେ ଅଗ୍ନିକାଣ୍ଡ ପରେ ଆକ୍ସନ ମୁଡ୍ରେ ଯେଗୀ ସରକାର । ଗତ ୫ ତାରିଖରେ ଲକ୍ଷେ୍ନøରେ ଥିବା ଲେଭନା ସୁଇଟ୍ସ ହୋଟେଲ ଅନିକାଣ୍ଟ ଘଟଣାରେ ୧୯ ଅଫିସର ବିରୋଧରେ ବଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେଥିମଧ୍ୟରୁ ସୁରକ୍ଷାରେ କୋହଳ ଯୋଗୁ ୧୫ ଜଣଙ୍କୁ ନିଲମ୍ବିତ କରାଯାଇଛି । କେବଳ ସେତିକି ନୁହେଁ ପୂର୍ବ ନିୟମ ଅନୁସାର ୪ ଅବସରପ୍ରାପ୍ତ ଅଫିସରଙ୍କର ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସୂଚନା ମିଳିଛି । କିଛି ଅଗ୍ନିଶମ ଅଫିସରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ବର ୫ ତାରିଖରେ ହୋଟେଲ ଭିତରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କର ଜୀବନ ଯିବା ସହ ଏକାଧିକ ଆହତ ହୋଇଥିଲେ ।