ଜମ୍ମୁ-କାଶ୍ମୀର: ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ, ୧୦ ଗୁରୁତର

ରିଆସି: ଜମ୍ମୁ ଓ କାଶ୍ମୀରରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଦଶ ଜଣ ଗୁରୁତର ଆହତ ହୋଇଛନ୍ତି ।

ରିପୋର୍ଟ ଅନୁସାରେ, ଜମ୍ମୁରୁ ସାଙ୍ଗଲିକୋଟ ଯାଉଥିବା ଏକ ଟେମ୍ପୋ ଟ୍ରାଭେଲର୍, ରିୟାସି ଜିଲ୍ଲାର ମାହୋରରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦ ଜଣ ଆହତ ହୋଇଥିଲେ । ଏହା ଆହୁରି ଉଲ୍ଲେଖନୀୟ ଯେ, ଚାରି ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜମ୍ମୁର ସରକାରୀ ମେଡିକାଲ କଲେଜ (ଜିଏମସି)କୁ ପଠାଯାଇଛି ।

ସ୍ଥାନୀୟ କର୍ତ୍ତୃପକ୍ଷ, ଉଦ୍ଧାରକାରୀ ଦଳ ସହିତ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛନ୍ତି । ଦୁର୍ଘଟଣାର କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଚାଲିଛି ବୋଲି ରିୟାସିର ଏସଏସପି ପରମବୀର ସିଂହ କହିଛନ୍ତି ।