ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନା ପ୍ରକୋପ କମି ନଥିବାବେଳେ ଏବେ ସମସ୍ତଙ୍କୁ ମଙ୍କିପକ୍ସର ଭୟ ଘାରିଛି । ଭାରତରେ ମଧ୍ୟ ଗୋଟିଏ ପରେ ଗୋଟିଏ ନୂଆ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଇତିମଧ୍ୟରେ ଜାପାନରୁ ଏକ ଆଶ୍ୱସ୍ତିକର ଖବର ଆସିଛି । ଜାପାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍କିପକ୍ସକୁ ରୋକିବା ପାଇଁ ଚିକେନ ପକ୍ସ ଟିିକାର ବ୍ୟବହାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମଙ୍କିପକ୍ସ ବିରୋଧରେ ଏହି ଟିକା ୮୫ ପ୍ରତିଶତ ପ୍ରଭାବୀ । ଏହି ଟିକାର ନାମ ହେଉଛି ଏଲସୀ ୧୬ କେଏମବୀ । ଏହା ଏକ ଫ୍ରିଜ ଡ୍ରାଇଡ ଓ ସେଲ କଲଚ ଡିରାଇଭଡ ଟିକା ଯାହାକି ଚିକେନ ପୋକ୍ସ ରୋବିବାରେ ବେଶ ସହାୟୀ ।