ଜାଭା ଦ୍ୱୀପରେ ବିସ୍ଫୋରଣ: ମୃତ୍ୟୁ ସଖ୍ୟା ୧୩କୁ ବୃଦ୍ଧି

ନୂଆଦିଲ୍ଲୀ : ଇଣ୍ଡୋନେସିଆର ଜାଭା ଦ୍ୱୀପରେ ଆଗ୍ନେୟଗିରରେ ବିସ୍ଫୋରଣ ହେତୁ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି । ଇଣ୍ଡୋନେସିଆର ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ମୁଖପାତ୍ର କହିଛନ୍ତି ଯେ ୧୩ ଜଣ ମୃତ୍ୟୁବରଣ କରିବା ସହ ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଯେଉଁଥିରେ ଅନେକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହିି ବିସ୍ଫୋରଣ ଯୋଗୁ ଅଧିକାଂଶ ଲୋକ ଜଳିଯାଇଛନ୍ତି ବୋଲି ସରକାର କହିଛନ୍ତି ।