ୟୁଏସ ଗସ୍ତରେ ଯିବେ ଜୟଶଙ୍କର

ଏନେଇ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି…..

ନୂଆଦିଲ୍ଲୀ : ଆଜିଠୁ ୧୧ ଦିନିଆ ଯୁଏସ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଏହି ଗସ୍ତ ସମୟରେ ଆମେରିକାରେ ଆୟୋଜିତ ୭୭ତମ ଜାତିସଂଘ ସାଧାରଣ ପରିଷଦ (ୟୁଏନଜିଏ)ରେ ଯୋଗ ଦେବେ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଜାତିସଂଘ ସାଧାରଣ ପରିଷଦ ସହ କ୍ୱାଡ, ବ୍ରିକ୍ସ ଏବଂ ଅନ୍ୟାନ୍ୟ ପ୍ରମୁଖ ଗୋଷ୍ଠୀର ବୈଠକରେ ଯୋଗଦେବେ ବୈଦେଶିକ ମନ୍ତ୍ରୀ ।

ଏହି ଗସ୍ତ ସମୟରେ ସେ ଆମେରିକାର ବୈଦେଶିକ ସଚିବ ଆଣ୍‌ଟୋନି ବ୍ଲିଙ୍କନ୍‌ ଏବଂ ବାଡେନ ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭାର ୭୭ ତମ ଅଧିବେଶନରେ ବୈଦେଶିକ ମନ୍ତ୍ରୀ ଭାରତର ପ୍ରତିନିଧିତ୍ୱ କରିବେ ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛ ।