ନୂଆଦିଲ୍ଲୀ : ଆଇସିସି ଜୋ ରୁଟଙ୍କୁ ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଅଫ ଦି ଇୟର ଘୋଷଣା କରିଛି । ୨୦୨୧ରେ ଜୋ ରୁଟ ମୋଟ ୧୫ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ମୋଟ ୧୭୦୮ ରନ କରିଥିଲେ ଯେଉଁଥିରେ ୬ଟି ଶତକ ସାମିଲ ରହିଛି । ଅନ୍ୟପକ୍ଷରେ ଗତ କିଛି ବର୍ଷ ହେଲା ଲଗାତାର ଭାବେ ସେ ଇଂଲଣ୍ଡକୁ ସଫଳତା ଦେଇଆସୁଛନ୍ତି । ତାଙ୍କ ନେତୃତ୍ୱରେ ଇଂଲଣ୍ଡ ଅନେକ ସିରିଜ ମଧ୍ୟ ଜିତିଛି । ୨୦୨୧ରେ ରୁଟ ମୋଟ ୧୫ଟି ମ୍ୟାଚ୍ ଖେଳିଥିବା ବେଳେ ୨୯ଟି ଇନିଂସରୁ ୧୭୦୮ ରନ କରିଥିଲେ ।
ଯେଉଁଥିରେ ୬ଟି ଶତକ ଏବଂ ୪ଟି ଅର୍ଦ୍ଧଶତକ ସାମିଲ ଥିଲା । ତେବେ ବଡ କଥା ହେଉଛି ଆଇସିସି ଟେଷ୍ଟ କ୍ରିକେଟର୍ ୌଡରେ ଥିବା ଆର ଅଶ୍ୱିନ ନିରାଶ ହୋଇଛନ୍ତି । ଗତବର୍ଷ ଚମତ୍କାର ପ୍ରଦର୍ଶନ କରି ଅଶ୍ୱିନ ୫୦ରୁ ଅଧିକ ୱିକେଟ ନେଇଥିଲେ । ଆବଶ୍ୟକ ସ୍ଥଳେ ବ୍ୟାଟରେ ମଧ୍ୟ କମାଲ କରିଛନ୍ତି । ସେ ମୋଟ ୯ଟି ମ୍ୟାଚ୍ ଖେଳି ୫୪ଟି ୱିକେଟ ନେଇଛନ୍ତି ।