ବରିଷ୍ଠ ସାମ୍ବାଦିକ କିଶୋର ଭିମାନୀଙ୍କ ପରଲୋକ

ନୂଆଦିଲ୍ଲୀ : ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ କ୍ରିକେଟ ଭାଷ୍ୟକାର କିଶୋର ଭିମାନଙ୍କର ପରଲୋକ ଘଟିଛି। କରୋନା ଆକ୍ରାନ୍ତ ଯୋଗୁ ତାଙ୍କ ମୃତ୍ୟୁ ହୋଇଛି ।କରୋନା ଆକ୍ରାନ୍ତ ପରେ ସେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।

୨୦୧୩ରେ ମିଡ଼ିଆ ଓ କମେଣ୍ଟ୍ରି କ୍ଷେତ୍ରରେ ତାଙ୍କ ଯୋଗଦାନ ଯୋଗୁ ଲାଇଫଟାଇମ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇ ଥିଲା। କିଶୋର ‘କ୍ରିକେଟର ସ୍ୱର ’ ଭାବେ ମଧ୍ୟ ବେଶ ଲୋକପ୍ରିୟ ଥିଲେ। ତାଙ୍କର ଅକାଳ ବିୟୋଗ କ୍ରିକେଟ ଜଗତ ପାଇଁ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ସୋସିଆଲ ମିଡ଼ିଆରେ ମଧ୍ୟ ସମସ୍ତେ ତାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି।