ନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀକୁ ମୃତ୍ୟୁଦଣ୍ଡାଦେଶ

ଜୟପୁର: ୧୧ ବର୍ଷୀୟା ବାଳିକାକୁ ଦୁଷ୍କର୍ମ କରି ହତ୍ୟା କରିଥିବା ସୁରେନ୍ଦ୍ର ନାମକ ଅପରାଧୀକ ରାଜସ୍ଥାନ ଆଜମେରର ଏକ ସ୍ୱତନ୍ତ୍ର କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି । ଗତ ଜୁନ୍‌ ୨୧ ତାରିଖରେ ଜଣେ ୧୧ ବର୍ଷୀୟା ବାଳିକା ଛେଳି ଚରାଇବାକୁ ଯାଇ ଆଉ ଘରକୁ ଫେରି ନ ଥିଲା । ପାହାଡ ଉପରେ ବାଳିକାର କ୍ଷତବିକ୍ଷତ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ପୋଲିସ ତଦନ୍ତରୁ ଏ କାମ ସନ୍ତୁର ବୋଲି ଜଣାପଡିବା ପରେ ପୁଲିସ ତାକୁ ଗିରଫ କରିଥିଲା । ସେହିପରି ଗତ ଅକ୍ଟୋବରରେ ଦୀନେଶ ଜାଠ ନାମକ ଜଣେ ୨୬ ବର୍ଷୀୟ ଯୁବକକୁ ମଧ୍ୟ ରାଜସ୍ଥାନ ନାଗାଉର ଜିଲ୍ଲାର ଜଣେ ୭ ବର୍ଷୀୟା ବାଳିକାକୁ ବଳାତ୍କାର ଓ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା ।