କାବୁଲରେ ବିସ୍ଫୋରଣ: ୨ ମୃତ

କାବୁଲ୍‌: ଆଫଗାନିସ୍ତାର ରାଜଧାନୀ କାବୁଲରେ ଏକ ମିନି ବସରେ ବୋମା ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ହେବା ସହ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ଇସଲାମିକ୍‌ ଷ୍ଟେଟ ନିଜକୁ ଦାୟୀ କରିଛି । ଏହି ବିସ୍ଫୋରଣରେ ଗୋଟାଏ ଗାଡି ନଷ୍ଟ ହୋଇଯାଇଥିବା ଜଣେ ତାଲିବାନ ଅଧିକାରୀ ଏକ ଗଣମାଧ୍ୟମକୁ କହିଛନ୍ତି । ସେ କହିଛନ୍ତି ଯେ, ଉକ୍ତ ବୋମାକୁ ବସରେ ଲଗାଯାଇଥିଲା । ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ଏହି ବିସ୍ଫୋରଣ ବେଳେ ଏଏଫ୍‌ପିର ଜଣେ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ସେ କହିଛନ୍ତି ଯେ, ଏହି ପ୍ରଚଣ୍ଡ ବିସ୍ଫୋରଣରେ ଗୋଟାଏ ମିନିବସ୍‌ ଓ କାର ହୁତୁହୁତୁ ହୋଇ ଜଳୁଛି । ପରେ ସେଠାକୁ ଆମ୍ବୁଲାନ୍ସ ଆସି ମୃତାହତଙ୍କୁ ଡାକ୍ତରଖାନା ନେଇଗଲା ବୋଲି କହିଛନ୍ତି ।