ଭଡାରେ ଲାଗିବ କାଜୋଲଙ୍କ ଘର

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କାଜୋଲଙ୍କ ଘର ଏବେ ଭଡାରେ ଲାଗିବ । ଏହି ଘର ଭଡ଼ା ମାସିକ ତାଙ୍କୁ ୯୦ ହଜାର ଟଙ୍କା ମିଳିବ । ଏହି ଫ୍ଲାଟ ହିରାନନ୍ଦିନୀ ଗାର୍ଡେନର ଏଟଲାଣ୍ଟିକ ପ୍ରୋଜେକ୍ଟସ୍‌ର ୨୧ ମହଲାରେ ରହିଛି । ଘର ଭଡ଼ା ନେଉଥିବା ବ୍ୟକ୍ତି ୩ ଲକ୍ଷର ସିକ୍ୟୁରିଟି ମଧ୍ୟ ଡିପୋଜିଟ କରିଛନ୍ତି । ଏଗ୍ରିମେଣ୍ଟ ଅନୁଯାୟୀ ବର୍ଷେ ପରେ ଏହି ଘରର ଭଡ଼ାକୁ ବଢ଼ାଇ ଦିଆଯିବ । କାଜୋଲ ଏବେ ନିଜ ପରିବାର ସହ ଜୁହୁସ୍ଥିତ ନିଜ ଆଲିସାନ ବଙ୍ଗଲା ରହୁଛନ୍ତି ।

ଏହି ଘର ଅଜୟ ଦେବଗନ ୬୦ କୋଟି ଟଙ୍କାରେ କିଣିଥିଲେ । ବର୍ତ୍ତମାନ ବଲିଉଡର ବହୁ ଷ୍ଟାର ରିଅଲ ଇଣ୍ଡଷ୍ଟ୍ରିରେ ନିଜ ଟଙ୍କା ଇନଭେଷ୍ଟ କରିବା ସହ ଘର ଭଡ଼ା ଦେଇଛନ୍ତି । ନିକଟରେ ଅମିତାଭ ବଚନ ମଧ୍ୟ ତାଙ୍କ ଘରକୁ ଭଡ଼ାରେ ଦେଇଛନ୍ତି ।