ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ କମଲ୍‌ ହାସନ

ଚେନ୍ନାଇ : କରୋନାରେ ଆକ୍ରାନ୍ତ ହୋଇଥିବା ସାଉଥ ସୁପରଷ୍ଟାର କମଲ ହାସନ ଏବେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସେ ହସ୍ପିଟାଲରେ ୨ ସପ୍ତାହର ରହିବା ପରେ ନିଜ ଘରକୁ ଫେରିଛନ୍ତି । କମଲ ହାସନ ଚେନ୍ନାଇର ଶ୍ରୀ ରାମଚନ୍ଦ୍ର ମେଡିକାଲରୁ ଡିସଚାର୍ଜ ହେବା ବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅନ୍ୟପକ୍ଷରେ କମଲ ହାସନଙ୍କୁ ଚିକିତ୍ସା କରିଥିବା ସମସ୍ତ ଡାକ୍ତର, ନର୍ସ, ବନ୍ଧୁ ଓ ଫ୍ୟାନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, କମଲ ହାସନ ଆମେରିକାର ଚିକାଗୋ ଯାଇଥିଲେ । ସେଠାରୁ ଫେରିବା ପରେ ଅସୁସ୍ଥତା ଅନୁଭବ କରିଥିଲେ । ଟେଷ୍ଟ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ଡିସଚାର୍ଜ ହୋଇଛନ୍ତି । ହସ୍ପିଟାଲରୁ ଘରକୁ ଯିବା ପୂର୍ବରୁ ସେ ତାଙ୍କର ଚିକିତ୍ସା କରିଥିବା ଡାକ୍ତରୀ ଟିମ୍‌ ସହ ଫଟୋ ମଧ୍ୟ ଉଠାଇଛନ୍ତି ।