ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା କୃଷି ଆଇନ ପ୍ରତ୍ୟାହାର ନେଇ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥିଲେ । ଏନେଇ ତାଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଏଫଆଇଆର ରୁଜୁ କରାଯାଇଛି । ଅନ୍ୟପକ୍ଷରେ ଶିଖ ସମ୍ପ୍ରଦାୟ ବିରୋଧରେ ଅପମାନଜନକ ବୟାନ ମାମଲାରେ ତାଙ୍କ ବିରୋଧରେ ମହାରାଷ୍ଟ୍ର ପୋଲିସ ଏଫଆଇଆର ରୁଜୁ କରିଛି । ଏନେଇ କଙ୍ଗନା ତାଙ୍କ ଇନଷ୍ଟାରେ ସୂଚନା ଦେଇଥିଲେ । ତାଙ୍କ ବିରୋଧରେ ଆଉଏକ ମାମଲା ରୁଜୁ ହୋଇଛି । କିନ୍ତୁ କଙ୍ଗନାଙ୍କୁ କିଛି ଫରକ ପଡିନାହିଁ । କଙ୍ଗନା ନିଜ ଇନଷ୍ଟା ଷ୍ଟୋରିରେ ତାଙ୍କର ଏକ ବୋଲ୍ଡ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ୱାଇନ ଗ୍ଲାସ ଧରିଥିବା ନଜର ଆସିଛନ୍ତି । ସୂଚନାଯୋଗ୍ୟ ଯେ, କଙ୍ଗନା କୃଷକ ପ୍ରସଙ୍ଗକୁ ନେଇ ନିଜ ଫେସବୁକରେ ବିବାଦୀୟ ପୋଷ୍ଟ କରିଥିଲେ ।