ଖୁବଶୀଘ୍ର ପିଲାଙ୍କୁ ଦିଆଯିବ କୋଭିଡ ଟିକା

ନୂଆଦିଲ୍ଲୀ : ଦେଶରେ କରୋନା କମିବାର ନା ନେଉନାହିଁ । ପ୍ରତିଦିନ ହଜାର ହଜାର କୋଭିଡ ପଜିଟିଭ ଚିହ୍ନଟ ହେଉଛନ୍ତି । ଏହାମଧ୍ୟରେ ଟିକାକରଣକୁ ଜୋରଦାର କରୁଛନ୍ତି ସରକାର । ହେଲେ ୧୮ରୁ କମ୍‌ ବୟସ୍କଙ୍କ ପାଇଁ ଟିକା ଉପଲବ୍ଧ ନାହିଁ । କିନ୍ତୁ ୫ଟି ନୂଆ ଟିକାର ଟ୍ରାଏଲ୍‌ ଜାରି ରହିଛି । ଏହି ଟିକା ଶିଶୁ ଓ ପ୍ରାପ୍ତବୟସ୍କଙ୍କୁ ଦିଆଯିବ । ସେହିପରି ଶିଶୁଙ୍କୁ ଟିକାକରଣ ଉପରେ ଜୋର୍‌ ଦିଆଯାଇଛି । ଦେଶରେ ଟିକାକରଣ ବ୍ୟାପକ ହୋଇଛି ।

ଗ୍ରାମୀଣ, ସହରରେ ଟିକାକରଣ ହୋଇଛି । ଗର୍ଭବତୀ ମହିଳାଙ୍କୁ ଘରେ ଟିକା ଦିଆଯାଇଛି । ସେ ଆହୁରି କହିଛନ୍ତି ଯେ ଏବେ ଶିଶୁଙ୍କ ପାଇଁ ବି ଅନେକ ଟିକାର ଟ୍ରାଏଲ ଚାଲିଛି । କାର୍ଡିଲା ଜାଏକୋଭ୍‌-ଡି, କୋଭାକ୍ସିନ, ସେରମ୍‌, ବାୟୋଲୋଜିକାଲ ଆରବିଡି, ଜନସନ୍‌ ଆଣ୍ଡ ସନସନ୍‌ ଓ ୨୬ କୋଭ୍‌ ୨ଏସର ଟ୍ରାଏଲ ଚାଲିଛି । ଏ ସବୁ ପୂର୍ବରୁ ପ୍ରାପ୍ତ ବୟସ୍କଙ୍କୁ ପ୍ରଦାନ କରାଯାଇଛି । କିନ୍ତୁ ଶିଶୁଙ୍କଠାରେ ଟ୍ରାଏଲ ପାଇଁ ଏହାକୁ ସରକାର ଏବେ ଅନୁମତି ଦେଇଛନ୍ତି । ଟ୍ରାଏଲ ସଫଳ ହେଲେ ଖୁବଶୀଘ୍ର ଶିଶୁଙ୍କୁ ଟିକାକରଣ ଆରମ୍ଭ ହେବ ବୋଲି ସେ କହିଛନ୍ତି ।