କର୍ଣ୍ଣାଟକ ମହିଳା କର୍ମଚାରୀଙ୍କୁ ପେଡ୍ ପିରିୟଡ୍ ଲିଭ୍‌

କର୍ଣ୍ଣାଟକରେ ମହିଳା କର୍ମଚାରୀଙ୍କୁ …

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମହିଳା କର୍ମଚାରୀଙ୍କୁ ମାସକୁ ଗୋଟିଏ ପିରିୟଡ୍ ଲିଭ୍ ଆଦେଶ ଲାଗୁ ହୋଇଛି ଅର୍ଥାତ୍ ସେମାନଙ୍କୁ ବର୍ଷକୁ ୧୨ଟି ପିରିୟଡ୍ ଲିଭ୍ ମିଳିବ । ସରକାରଙ୍କ ଘୋଷଣାର ସୁଫଳ ପାଇବେ ୧୮-୫୨ ବର୍ଷୀୟ ସମସ୍ତ ମହିଳା କର୍ମଚାରୀ । ରାଜ୍ୟ ସରକାର ଅକ୍ଟୋବର ୯ ତାରିଖରେ ମାସିକ ଧର୍ମକାଳୀନ ଛୁଟି ନୀତି, ୨୦୨୫କୁ ମଞ୍ଜୁରି ଦେଇଥିଲେ । ସରକାରୀ, ଘରୋଇ କମ୍ପାନି, ଶିଳ୍ପ କ୍ଷେତ୍ରରେ କାମ କରୁଥିବା ମହିଳା ଏହାର ଲାଭ ପାଇବେ । ଏହି ଛୁଟି ପାଇବା ଲାଗି ମେଡିକାଲ୍ ସାର୍ଟିଫିକେଟ୍ ଦାଖଲ କରିବାକୁ ପଡିବ ନାହିଁ ।