ଉତ୍ତର କୋରିଆରେ ତାଣ୍ଡବ ରଚୁଛି କରୋନା

ଉତ୍ତର କୋରିଆରେ ବର୍ତ୍ତମାନ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ…

ନୂଆଦିଲ୍ଲୀ: ଉତ୍ତର କୋରିଆରେ ବର୍ତ୍ତମାନ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ସେଠାରେ କୋଭିଡ ସଂକ୍ରମଣ ୮ଜଣଙ୍କର ମୃତ୍ୟୁ ହୋଇଥିବା ହେବା ସହ ୩,୯୨,୯୨୦ ଜଣ ଜ୍ୱରରେ ପୀଡିତ ଅଛନ୍ତି । ବିଶେଷଜ୍ଞଙ୍କ ଅନୁସାରେ ଉତ୍ତର କୋରିଆରେ ଖରାପ ମେଡିକାଲ ସିଷ୍ଟମ ଯୋଗୁଁ କରୋନା ଭାଇରସ୍‌ ବ୍ୟାପିବାରୁ ରୋକିବାରେ ସଫଳ ହୋଇପାରୁନାହିଁ । ଅନ୍ୟପକ୍ଷରେ ଉତ୍ତର କୋରିଆରେ ଅଧିକାଂଶ ଲୋକଙ୍କୁ ଟିକା ଦିଆଯାଇନାହିଁ । ସୂଚନାଯୋଗ୍ୟ ଯେ, କୋଭିଡ ସଂକ୍ରମଣ ବ୍ୟାପିବାର ଦୁଇ ବର୍ଷରୁ ଅଧିକ ସମୟ ପରେ ଉତ୍ତର କୋରିଆରେ କରୋନା ଭାଇରସ ପ୍ରଥମ ମାମଲା ଚିହ୍ନଟ ହୋଇଥିଲା ।