ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ଦ୍ରୁତ ଗତିରେ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩,୪୦୫ଟି ନୂଆ ମାମଲା ସାମ୍ନାକୁ ଆସିଛି । ତେବେ ଗୋଟିଏ ଦିନ ପୂର୍ବରୁ ୧୬ ହଜାର ଲୋକ ସଂକ୍ରମିତ ହୋଇଥିଲେ । ଅର୍ଥାତ, କୁହାଯାଇପାରେ ଯେ କରୋନାର ତୃତୀୟ ଲହରୀ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି | ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩୪ ହଜାର ରୋଗୀ ଆରୋଗ୍ୟ ହୋଇଥିବାବେଳେ ୨୩୫ ଜଣ ଲୋକ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ଓମିକ୍ରନ୍ ର ସବଭାରିଆଣ୍ଟ ବିଏ-୨ କୁହାଯାଉଛି ଯେ ଏହା ଶୀଘ୍ର ବିସ୍ତାର ହେବାକୁ ଯାଉଛି ଏବଂ ଏହା ବିପଜ୍ଜନକ ମଧ୍ୟ ହୋଇପାରେ |
ଭାରତର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ରାଜୀବ ଜୟଦେବନ କହିଛନ୍ତି ଯେ ବର୍ତ୍ତମାନ ବିଏ-୨ ସବଭାରିଆଣ୍ଟରୁ କରୋନା ତରଙ୍ଗର ସମ୍ଭାବନା ନାହିଁ। ଦେଶରେ ଦୈନିକ ସଂକ୍ରମଣ ହାର ୧.୨୪ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୯୮ ପ୍ରତିଶତରେ ପହଞ୍ଚିଛି | ଅର୍ଥାତ ବର୍ତ୍ତମାନ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଛି ବୋଲି କୁହାଯାଇପାରେ |