ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍କୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ ଉପରେ ଗୁରୁତ୍ୱ ଦିଆଯାଉଛି । ଏନେଇ ବିଦେଶରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖାଯାଉଛି । ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନୂଆ ଭ୍ୟାରିଆଣ୍ଟ ମୁକାବିଲା ପାଇଁ ଏକ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ କେନ୍ଦ୍ରର ମୋଦି ସରକାରଙ୍କୁ ଅପିଲ କରି ସେ କହିଛନ୍ତି ଯେ, କରୋନାର ଏହି ନୂଆ ଭ୍ୟାରିଆଣ୍ଟ ଭୟବହ ହେବାରେ ଲାଗିଛି । ତେଣୁ ଏବେଠୁ ସତର୍କତାମୂଳକ ଅବଲମ୍ବନ କରିବା ନିହାତି ଆବଶ୍ୟତ । ତେଣୁ ଅନ୍ତର୍ଜାତୀୟ ବିମାନ ଉଡାଣକୁ ବାତିଲ କରନ୍ତୁ ବୋଲି ସେ କହିଛନ୍ତି ।
ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ କେନ୍ଦ୍ର ସରକାର । ଏନେଇ କେଜରିୱାଲ ଏକ ଟ୍ୱିଟ କରି କହିଛନ୍ତି ଯେ, ଅନେକ ଦେଶ କରୋନାର ଓମିକ୍ରନ୍ ଲାଗି ଅନ୍ତର୍ଜାତୀୟ ବିମାନ ଉଡାଣ ବାତିଲ କରିସାରିଲେଣି । ଏହା ସହିତ ଅଧିକାଂଶ ବିମାନ ଦିଲ୍ଲୀ ଆସୁଥିବାରୁ ଏଠାରେ ସଂକ୍ରମଣ ମାମଲା ଅଧିକ ରହୁଛି । ଦିଲ୍ଲୀ ସବୁଠାରୁ ବେଶି ପ୍ରଭାବିତ ହେଉଛି । ଏ ନେଇ ପ୍ରଧାନମନ୍ତ୍ରୀ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ କହିଛନ୍ତି । ଅନ୍ୟପଟେ ଏହି ଭାଇରସ୍ ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇ ୧୯ ଦେଶକୁ ବ୍ୟାପିଗଲାଣି ।