ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ରବିବାର ହରିଦ୍ୱାରରେ ପହଂଚି ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ସହ କଥାବାର୍ତ୍ତା କରିଛନ୍ତି । ସେ କହିଛନ୍ତି ଯେ, ଆପକୁ ଥରେ ମାତ୍ର ସୁଯୋଗ ଦେଲେ ସେମାନେ ଅନ୍ୟ ଦଳକୁ ଭୋଟ ଦେବା ବନ୍ଦ କରିଦେବେ । ପ୍ରତିଶ୍ରୁତି ଦେଇ କହିଥିଲେ ଯେ, ୨୦୨୦ ନିର୍ବାଚନରେ ଦିଲ୍ଲୀରେ ମୁଁ କହିଥିଲି, ଯଦି ମୁଁ କାମ କରିନାହିଁ ମୋତେ ଭୋଟ ଦିଅନ୍ତୁ ନାହିଁ ।
ନିର୍ବାଚନ ପୂର୍ବରୁ ଏଭଳି କହିବାକୁ କେହି ସାହସ କରନ୍ତି ନାହିଁ । ଥରେ ସୁଯୋଗ ଦେବାକୁ ଆଜି ମୁଁ ଆପଣମାନଙ୍କୁ କହୁଛି । ତା’ପରେ ଆପଣମାନେ ଅନ୍ୟ ଦଳଙ୍କୁ ଭୋଟ୍ ଦେବେ ନାହିଁ । କିଛି ମାସ ହେବ ବାରମ୍ବାର ଉତ୍ତରାଖଣ୍ଡ ଗସ୍ତରେ ଯାଉଥିବା କେଜ୍ରିୱାଲ କହିଛନ୍ତି ଯେ, ସେ ଫେସଲେସ୍ ଆରଟିଓ ସର୍ଭିସ୍ ପ୍ରଚଳନ କରିବେ ଏବଂ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ମାଗଣା ଚିକିତ୍ସା ବ୍ୟବସ୍ଥା କରିବେ । ଅଟୋ ଓ ଟ୍ୟାକ୍ସି ଚାଳକମାନଙ୍କ ଠାରୁ ତାଙ୍କ ସରକାର ଫିଟ୍ନେସ୍ ଫି ନେବ ନାହିଁ ବୋଲି ସେ କହିଛନ୍ତି । ଦିଲ୍ଲୀରେ ଅଟୋ ଚାଳକମାନେ ମତେ ସେମାନଙ୍କ ଭାଇ ଦୃଷ୍ଟିରେ ଦେଖନ୍ତି । ସୂଚନାଯୋଗ୍ୟ ଅଜୟ କୋଠିୟାଲ୍ ହେଉଛନ୍ତି ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆପ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ।