ମୋଦିଙ୍କ ଗଡରେ କେଜ୍ରିୱାଲଙ୍କ ତ୍ରିରଙ୍ଗା ଯାତ୍ରା

୧୮୨ ବିଧାନସଭାରେ ପରିବର୍ତ୍ତନ ଯାତ୍ରା ମଧ୍ୟ ୨୦ ଦିନ ହେବ ଜାରି ରହିଛି..

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜରାଟର ମେହସାଣାରେ ତ୍ରିରଙ୍ଗା ଯାତ୍ରା ବାହାର କରିଛନ୍ତି । ଏହାସହ ଅଧିକରୁ ଅଧିକ ସଂଖ୍ୟାରେ ଆସି ତ୍ରିରଙ୍ଗା ଯାତ୍ରାରେ ଯୋଗ ଦେବା ପାଇଁ କେଜ୍ରିୱାଲ ମେହସାଣାବାସୀଙ୍କୁ ନିବେଦନ କରିଛନ୍ତି । ଏହି ଅବସରରେ କେଜ୍ରିୱାଲ କହିଛନ୍ତି ଯେ, ମେହସାଣାରେ ଆମେ ତ୍ରିରଙ୍ଗା ଯାତ୍ରା ବାହାର କରିଛୁ । ୧୮୨ ବିଧାନସଭାରେ ପରିବର୍ତ୍ତନ ଯାତ୍ରା ମଧ୍ୟ ୨୦ ଦିନ ହେବ ଜାରି ରହିଛି । କଶ୍ମୀର ପ୍ରସଙ୍ଗରେ କହିବାକୁ ଯାଇ କେଜ୍ରିୱାଲ କହିଛନ୍ତି ଯେ, କଶ୍ମୀର ପଣ୍ଡିତଙ୍କ ସହ ନରସଂହାର ହେଉଛି ଯାହାକି ଠିକ୍‌ ନୁହେଁ । ଗତ ୩୦ ବର୍ଷରେ ୨ଥର କଶ୍ମୀର ପଣ୍ଡିତ ପଳାୟନ କରିସାରିଲେଣି ଏବଂ ଏହି କାମ ବିଜେପି ଶାସନ କାଳରେ ହିଁ ହୋଇଛି । ସେଥିପାଇଁ ମୁଁ ସରକାରଙ୍କୁ ନିବେଦନ କରୁଛି ଯେ, କଶ୍ମୀର ପଣ୍ଡିତଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ ।