ସାଂଘାଇରେ କେରୋନା ସାଂଘାତିକ

ଚୀନର ପ୍ରମୁଖ ସହର ସାଂଘାଇରେ କୋଭିଡର ନୂଆ ଭାରିଆଣ୍ଟ….

ନୂଆଦିଲ୍ଲୀ: ଚୀନର ପ୍ରମୁଖ ସହର ସାଂଘାଇରେ କୋଭିଡର ନୂଆ ଭାରିଆଣ୍ଟ ତାଣ୍ଡବ ରଚୁଛି । ସାଂଘାଇରେ କରୋନାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସାଂଘାଇରେ ବର୍ତ୍ତମାନ ଲୋକେ ଗୃହବନ୍ଦୀ ଅଛନ୍ତି । ସାଂଘାଇରେ ଶନିବାର ଦିନ ୩,୨୩୮ଟି ମାମଲା ଦେଖିବାକୁ ମିଳିଥିଲା । ସେହିପରି ଉହାନରେ କରୋନା ବିସ୍ତାର ହେବା ପରେ ଏବେ ସାଂଘାଇରେ ସଂକ୍ରମିତ ସହର ପାଲଟିଯାଇଛି । ଏହାପୂର୍ବରୁ ମାର୍ଚ୍ଚ ମାସରେ ଚୀନରେ ଜିଲିନ ପ୍ରଦେଶର କରୋନାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଥିଲା । ଏହି ମୃତ୍ୟୁ ଏକ ବର୍ଷ ପରେ ଚାଇନାରେ ଘଟିଥିଲା । କରୋନା ବିରୋଧରେ ଚୀନ୍‌ ଏକ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରୁଛି । ଏହା ଅଧୀନରେ ଲୋକେ କ୍ୱାରେଣ୍ଟାଇନରେ ଅଛନ୍ତି ।