ନିଜ ଟାଟୁ ଦେଖି ରାଗିଲେ ଖଲିଫା

ଜଣେ ଭାରତୀୟ ଟାଟୁ ଆର୍ଟିଷ୍ଟ ଇନଷ୍ଟାଗ୍ରାମ ହାଣ୍ଡଲରୁ ଏହି ଭିଡ଼ିଓ ଅପଲୋଡ କରିଛନ୍ତି……

ମୁମ୍ବାଇ: ଦିଲ୍ଲୀର ଜଣେ ଟାଟୁ କଳାକାର ନିକଟରେ ଇନଷ୍ଟାଗ୍ରାମରେ ପୂର୍ବତନ ପର୍ଣ୍ଣଷ୍ଟାର ମିୟା ଖିଲଫାଙ୍କ ପ୍ରତି ଗଭୀର ନିଷ୍ଠା ଓ ଭଲ ପାଇବା ଦେଖାଇବା ପାଇଁ ନିଜ ପାଦରେ ମିୟାଙ୍କ ମୁହଁର ଟାଟୁ କରି ଏକ ଭିଡ଼ିଓ ପୋଷ୍ଟ କରିଥିଲେ । ଯାହାକି ଏହି ପୂର୍ବତନ ପର୍ଣ୍ଣଷ୍ଟାରଙ୍କୁ ଭଲ ଲାଗି ନାହିଁ, ସେ ରାଗରେ ଲାଲ ପଡ଼ି ଯାଇଛନ୍ତି । ଜଣେ ଭାରତୀୟ ଟାଟୁ ଆର୍ଟିଷ୍ଟ ଇନଷ୍ଟାଗ୍ରାମ ହାଣ୍ଡଲରୁ ଏହି ଭିଡ଼ିଓ ଅପଲୋଡ କରିଛନ୍ତି ।

ଯାହା ଏହି ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭିଡ଼ିଓରେ ଏକ ଟାବଲେଟରେ ମିୟାଙ୍କର ଓରିଜନାଲ ଫଟୋ ଦେଖା ଯାଇଛି ଏବଂ ପୁଣି ପାଦରେ ଟାଟୁ ହୋଇଯିବା ପରେ ଫୋମୟକୁ ପୋଛା ଯାଉଥିବାର ନଜର ଆସୁଛି, ଯେଉଁଥିରେ ମିୟାଙ୍କର ମୁହଁ ସାମନାକୁ ଆସୁଛି । ଚଷମା ଥିବା ଲୁକ ପାଇଁ ପ୍ରସିଦ୍ଧ ମିୟା ଖଲିଫାଙ୍କର ଫଟୋର ଟାଟୁ ରେ ମଧ୍ୟ ପୂରା ଏକାପରି ହୋଇଛି ।