କିଭ୍‌ରେ ଲାଗିଲା ୩୬ଘଣ୍ଟିଆ କର୍ଫ୍ୟୁ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ୧୯ ଦିନ ହେଲା ଘୋମାଘୋଟ ଯୁଦ୍ଧ ଜାରି ରହିଛି । ରୁଷ ସେନାର ଆକ୍ରମଣରେ ୟୁକ୍ରେନର ଅନେକ ବଡ ବଡ ସହର ଛାରଖାର ହୋଇଗଲାଣି । ଅନ୍ୟପଟେ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବାରୁ ଅନେକ ଦେଶ ମସ୍କୋ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସେହିପରି ରୁଷ ଆକ୍ରମଣରେ ଶହ ଶହ ଲୋକଙ୍କ ଜୀବନ ଗଲାଣି । ଅନ୍ୟପକ୍ଷରେ ୟୁକ୍ରେନ ଦାବି କରିଛି ଯେ ଉଭୟଙ୍କ ମଧ୍ୟରେ ହେଉଥିବା ଆକ୍ରମଣରେ ରୁଷର ଏପର୍ଯ୍ୟନ୍ତ ୧୩ ହଜାରରୁ ଅଧିକ ରୁଷୀୟ ସୈନିକ ନିହତ ହୋଇଛନ୍ତି । ୟୁକ୍ରେନ କହିଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ରୁଷର ୪ଟି ହେଲିକପ୍ଟର, ଗୋଟିଏ ବିମାନ ଏବଂ ଗୋଟିଏ ଯୁଦ୍ଧ ବିମାନକୁ ନଷ୍ଟ କରି ଦିଆଯାଇଛି । ଅନ୍ୟପକ୍ଷରେ ୟୁକ୍ରେନର ରାଜଧାନୀ କିଭର ମେୟର ୩୬ଘଣ୍ଟିଆ କର୍ଫ୍ୟୁ ଘୋଷଣା କରିଛନ୍ତି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଏହି ସମୟ ମଧ୍ୟରେ ବାସିନ୍ଦାଙ୍କୁ କେବଳ ବୋମା ଆଶ୍ରୟସ୍ଥଳକୁ ଯିବାକୁ ଅନୁମତି ଦିଆଯିବ । ଏହି କର୍ଫ୍ୟୁ ଆସନ୍ତା ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଜାରି ରହିବ ।