‘ଯୋଗ’ ଶବ୍ଦଟିର ପୂର୍ଣ୍ଣାଙ୍ଗ ଜାଣନ୍ତୁ

ଜୁନ ୨୧ ତାରିଖ ଦିନ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଛି । ଏହି ଅବସରରେ ଆପଣଙ୍କୁ ‘ଯୋଗ’ ଶବ୍ଦଟିର ପୂର୍ଣ୍ଣାଙ୍ଗ ଅର୍ଥ ଜଣାଇବା ଉଚିତ ମଣୁଛୁ । ଇଂରାଜୀରେ ‘ଣଙଏଇ’ ମାତ୍ର ଚାରିଟି ଅକ୍ଷର; ମାତ୍ର ତାକୁ ବ୍ୟାଖ୍ୟା କଲେ ‘ୟୋର୍‌ ଅବଜେକ୍ଟିଭ୍‌ସ ଗାଇଡ୍‌ ଲାଇନ୍ସ ଆଣ୍ଡ ଆସେସ୍‌ମେଂଟ୍‌ (ଣ କ୍ଟଙ୍କକ୍ସ ଙଭହରମଗ୍ଧସଙ୍ଖରଗ୍ଦ ଏଙ୍କସୟରକ୍ଷସଦ୍ଭରଗ୍ଦ ବଦ୍ଭୟ ଇଗ୍ଦଗ୍ଦରଗ୍ଦଗ୍ଦଜ୍ଞରଦ୍ଭଗ୍ଧ)’ ହେବ ।

ଯୋଗ ହେଉଛି ଆଧ୍ୟାତ୍ମିକ ଓ ଧାର୍ମିକ ଚେତନାର ଏକ ମିଶ୍ରିତ ପ୍ରକ୍ରିୟା । ମନ, ଶରୀର ଓ ପ୍ରାଣକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାର ଏକମାତ୍ର ମାର୍ଗ ହେଉଛି ଯୋଗ । ନିୟମିତ ଯୋଗ କଲେ, ମନ ଓ ଶରୀର ସଂପୂର୍ଣ୍ଣ ଫିଟ୍‌ ରହେ । ହିନ୍ଦୁଶାସ୍ତ୍ରରେ ଯୋଗକୁ ପ୍ରାଧାନ୍ୟ ଦିଆଯାଇଛି ।

ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସଂପର୍କ ରକ୍ଷା କରିବାର ଏକମାତ୍ର ବାଟ ହେଉଛି ‘ଯୋଗ’ । ଭାରତର ମୁନିଋଷି ସାଧୁ ମହାତ୍ମାଗଣ  ଯୋଗକୁ ସର୍ବାଧିକ ଗୁରୁତ୍ୱ ଦେଇ ଆସୁଥିଲେ ।