ଦୁବାଇ: ଭାରତର ଟି-୨୦ ଅଧିନାୟକ ପଦରୁ ଓହରିବା ପରେ ବିରାଟ କୋହଲି ମୁଖ୍ୟ କୋଚ ରବି ଶାସ୍ତ୍ରୀ, ପୂର୍ବତନ ବୋଲିଂ କୋଚ ଭରତ ଅରୁଣ ଓ ପୂର୍ବତନ ଫିଲଡିଂ କୋଚ ଶ୍ରୀଧରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିରାଟ ଅଧିନାୟକ ଭାବେ ନିଜର ଶେଷ ଟି-୨୦ ନାମିବ୍ୟା ବିପକ୍ଷରେ ଖେଳିଥିଲେ । କିଛିବର୍ଷ ଧରି ଦଳର ସଫଳତାକୁ ସେ ପ୍ରଶଂସା କରିଥିଲେ । ତୁମେ ପିଲାମାନେ ଗୋଟିଏ ଦଳ ଭାବେ ଯେଭଳି ଖେଳିଳ ଏହା ମୋ ଆଶାଠାରୁ ଅଧିକ ଥିଲା । ବିଗତ କିଛି ବର୍ଷ ହେବ ତୁମେ ବିଶ୍ୱବ୍ୟାପୀ ଯାଇଛ, ସବୁ ଫର୍ମାଟ୍ ଖେଳିଛ, ସମସ୍ତଙ୍କୁ ହରାଇଛ । କ୍ରିକେଟ୍ ଖେଳିଥିବା ସବୁ ଦଳ ଭିତରେ ତୁମେ ଅନ୍ୟତମ ଶ୍ରେଷ୍ଠ ବୋଲି ରବି ଶାସ୍ତ୍ରୀ କହିଛନ୍ତି ।