କଂଗ୍ରେସରୁ ଇସ୍ତଫା ଦେଇ ଶାହାଙ୍କୁ ସାକ୍ଷାତ କଲେ କୁଲଦୀପ ବିଷ୍ଣୋଇ

ରାଜ୍ୟସଭା ନିର୍ବାଚନ ସମୟରେ ମଧ୍ୟ କୁଲଦୀପ ବିଷ୍ଣୋଇ କଂଗ୍ରେସ ଆଶାୟୀ ଅଜୟ ମାକନଙ୍କ ବିରୋଧରେ ଭୋଟ କରିଛନ୍ତି….

ଚଣ୍ଡୀଗଡ଼ : ହରିୟାଣା କଂଗ୍ରେସର ବିଦ୍ରୋହୀ ନେତା କଲଦୀପ ବିଷ୍ଣୋଇ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ସାକ୍ଷାତ କରିଛନ୍ତି । ବିଷ୍ଣୋଇ ଖୁବଶୀଘ୍ର ଭାଜପା ସହିତ ନିଜ ଇନିଂସ ଆରମ୍ଭ କରିପାରନ୍ତି । ସେ ପ୍ରଥମେ ମଧ୍ୟ ଭାଜପା ସହିତ ମେଂଟ କରିଛନ୍ତି । ଏବେ ପୁଣିଥରେ ସେ ଭାଜପା ସହିତ ଯିବାପାଇଁ ପ୍ରସ୍ତୁତ । ରାଜ୍ୟସଭା ନିର୍ବାଚନ ସମୟରେ ମଧ୍ୟ କୁଲଦୀପ ବିଷ୍ଣୋଇ କଂଗ୍ରେସ ଆଶାୟୀ ଅଜୟ ମାକନଙ୍କ ବିରୋଧରେ ଭୋଟ କରିଛନ୍ତି । ଏହାପରେ ସେ କଂଗ୍ରେସ ବିରୋଧରେ ଚାଲୁଥିଲେ । କୁଲଦୀପ ବିଷ୍ଣୋଇଙ୍କ ଭାଜପାରେ ସାମିଲ ହେବାକୁ ନେଇ କେତେ ଦିନରୁ ଅଟକଳ ଜାରି ଥିଲା । ଏହାଉପରେ ବିରାମ ଲଗାଇ ରବିବାର ଦିନ ସେ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସହିତ ସାକ୍ଷାତ କରିଥିଲେ ।