ନୂଆଦିଲ୍ଲୀ : ଦେଶରେ ମନ୍ଦିର ମସଜିଦ ବିବାଦ ମଧ୍ୟରେ କୁତବମିନାରକୁ ନେଇ ଚାଞ୍ଚଲ୍ୟକର ଖୁଲାସା ସାମ୍ନାକୁ ଆସିଛି । ଏଏସଆଇର ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ପରିସରରେ ନିର୍ମାଣ କରାଯାଇଥିବା ମସଜିଦ ପୂର୍ବରୁ ଏକ ମନ୍ଦିର ଥିଲା । ଏଠାରେ ସମସ୍ତ ବସ୍ତୁର ସଂକେତ ହିନ୍ଦୁ ସଂସ୍କୃତିର ହିଁ ଥିଲା । ଏକ ସାକ୍ଷାତକାରରେ ଏସଆଇର ବରିଷ୍ଠ ଅଫିସରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଲେଖାଯାଇଛି ଯେ ପରିସରରେ ମହଜୁଦ ସ୍ତମ୍ଭ ପ୍ରମାଣ ଦେଉଛି ଯେ ଏହା ମୂଳ ରୂପରେ ଏକ ହିନ୍ଦୁ ମନ୍ଦିରର ସ୍ତମ୍ଭ ଅଟେ । ଯେଉଁ ଭିତ୍ତିଭୂମି ଉପରେ ମସଜିଦ ଗଠନ କରାଯାଇଥିଲା ତାହା ମୂଳତଃ ହିନ୍ଦୁ ମନ୍ଦିର ଥିଲା । ଜାଣିଶୁଣି ହିନ୍ଦୁ ଡବଲ କାର ନିସକୁ କଠୋର ନିର୍ମାଣ ବେଞ୍ଚ ଦ୍ୱାରା ଢାଙ୍କି ଦିଆଯାଇଥିଲା ଏବଂ ବାହାର ଅଂଶକୁ ବଦଳାଯାଇଥିଲା ।
ହିନ୍ଦୁ ମନ୍ଦିରର ସଂକେତ ଲୁଚାଇବା ଲାଗି ଅଗଣାର ମୂଳ ହିନ୍ଦୁ ଚଉତରାକୁ ଢାଙ୍କି ଦିଆଯାଇଛି । ଖନନ ସମୟରେ ଦେଖାଯାଇଥିଲା ଯେ ଭିତରର ଉପର ଦ୍ୱାରରେ ଅନେକ ପରିବର୍ତ୍ତନ କରାଯାଇଛି । ହିନ୍ଦୁ ପିଲାର ଉପରେ ନିଜର ଦାବି ଯଥାର୍ଥ ଭାବରେ କରୁଛନ୍ତି । ମାନ୍ୟତା ଏହିକିଯେ ଏହାକୁ ପୃଥ୍ୱୀରାଜ ତାଙ୍କର କନ୍ୟାଲାଗି ନିର୍ମାଣ କରିଥିଲେ । ଏହି ପିଲାରକୁ ବିଷ୍ଣୁଙ୍କ ଭୁଜ ବୋଲି କୁହାଯାଇଥାଏ । ଖୋଦନ ସମୟରେ ମାଟି ଭିତରୁ ଲକ୍ଷ୍ମୀ ଏବଂ କାଳିଙ୍କର ଦୁଇଟି ଫଟୋ ମିଳିଥିଲା କିନ୍ତୁ ଏହି ମାମଲାକୁ କୋର୍ଟ ଖାରଜ କରିଦେଇଥିଲେ । ସେ ମଧ୍ୟ କହିଛନ୍ତି ଯେ ଏହା ସମସ୍ତଙ୍କୁ ଜଣାଅଛି ଯେ କୁତବମିନାର ପରିସରରେ ନିର୍ମିତ ମସଜିଦ ମନ୍ଦିର ଭାଙ୍ଗି ନିର୍ମାଣ କରାଯାଇଥିଲା ।