ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିବା ପରେ ଏବେ ହସ୍ପିଟାଲରୁ ମଧ୍ୟ ଛୁଟି ମିଳିଯାଇଛି । ଏମ୍ସରୁ ଡିସଚାର୍ଜ ହେବା ପରେ ଦିଲ୍ଲୀସ୍ଥିତ ତାଙ୍କ ଝିଅ ସୀସା ଭାରତୀଙ୍କ ଘରେ ପହଞ୍ଚିଛନ୍ତି । ଦିଲ୍ଲୀରେ କିଛିଦିନ ରହିବେ ବୋଲି ଲାଲୁ ନିଜେ କହିଛନ୍ତି । ଲାଲୁ ପ୍ରସାଦ ଯାଦବ ଆହୁରି କହିଛନ୍ତି ଯେ ମୁଁ ଏବେ ଠିକ୍ ଅଛି । ଡାକ୍ତରଙ୍କ ଦେଖାଶୁଣାରେ ମୋତେ ଡିସଚାର୍ଜ କରାଯାଇଛି ।