ଚାରା ଘୋଟାଲା ମାମଲାରେ ପୁଣି ଦୋଷୀ ସାବ୍ୟସ୍ତ ହେଲେ ଲାଲୁ

ନୂଆଦିଲ୍ଲୀ: ଚାରା ଘୋଟାଲା ମାମଲାରେ ପୁଣି ଦୋଷୀ ସାବ୍ୟସ୍ତ ହେଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ସିବିଆଇ ସ୍ୱତନ୍ତ୍ର କୋର୍ଟ ଡୋରଣ୍ଡା ଟ୍ରେଜେରୀରୁ ୧୩୯.୫ କୋଟି ଟଙ୍କା ଅବୈଧ କାଢିିବା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେହିପରି ଲାଲୁଙ୍କ ସହ ୭୪ଜଣ ଅନ୍ୟ ଅଭିଯୁକ୍ତଙ୍କୁ କୋର୍ଟ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ୨୪ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଛାଡି ଦିଆଯାଇଛି ।

ଅନ୍ୟପକ୍ଷରେ ଲାଲୁ ପ୍ରସାଦଙ୍କ ସଜାକୁ ନେଇ ଆସନ୍ତା ୨୧ରେ ଶୁଣାଣୀ ହେବ । ସୂଚନାଯୋଗ୍ୟ ପୂର୍ବରୁ ଚାରା ଘୋଟାଲାର ୪ଟି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ କୋର୍ଟ ୨୭ ବର୍ଷ ସଜା ଶୁଣାଇବା ସହ ଏକ କୋଟି ଟଙ୍କାର ଜୋରିମାନା ଲଗାଇଛନ୍ତି ।