ହସ୍ପିଟାଲରୁ ଡିସଚାର୍ଜ ହେଲେ ଲାଲୁ

ଲାଲୁଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଥିବାରୁ ପାଟନାରେ ତାଙ୍କ ପରିବାର ଏବଂ ତାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ରହିଛି…..

ପାଟନା : ଆରଜେଡ଼ି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀ ଏମ୍ସରୁ ଡିସଚାର୍ଜ କରାଯାଇଛି । ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ହେବା ପରେ ଲାଲୁ ଯାଦବ ଦିଲ୍ଲୀର ଝିଅ ମିସା ଭାରତୀଙ୍କ ଘରକୁ ଯାଇଥିଲେ । ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେଠାରୁ ଅନ୍ୟ କୌଣସି ସ୍ଥାନକୁ ଯିବେ । ଲାଲୁଙ୍କ ଝିଅ ଏହି ସୂଚନା ଦେଇଛନ୍ତି । ଲାଲୁଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଥିବାରୁ ପାଟନାରେ ତାଙ୍କ ପରିବାର ଏବଂ ତାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ରହିଛି ।